5T ସଚିବ ଭି.କାର୍ତ୍ତିକେୟନ ପଣ୍ଡିଆନଙ୍କ ରାୟଗଡା ଗସ୍ତ। ଜିଲ୍ଲାମୁଖ୍ୟ ଚିକିତ୍ସାଲୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା

27

ରାୟଗଡା, ୧୧/୧୦(ସୁଶାନ୍ତ ମହାରଣା ) : ରାଜ୍ୟ ସରକାର ଶାସନରେ ସ୍ୱଚ୍ଛତା ଆଣିବା ପାଇଁ ‘ମୋ ସରକାର’ ଯୋଜନା ମlଧ୍ୟମରେ ପାଞ୍ଚଟି କାର୍ଯ୍ୟକ୍ରମ ପ୍ରଣୟନ କରିଥିବା ବେଳେ ଆଜି ଏହାର ସମୀକ୍ଷା କରି ପାଇଁ 5Tର ସଚିବ ଭି.କାର୍ତ୍ତିକେୟନ ପଣ୍ଡିଆନ ସ୍ୱାସ୍ଥ୍ୟ ମିଶନର ସଚିବ ସାମିଳି ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦାତା ବାଲ କ୍ରିଷ୍ଣାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଁଞ୍ଚୀ ମୋସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି l ପ୍ରଥମେ ସେ ରୋଗୀ ମାନଙ୍କ ସହ ମିଶି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଥିଲେ।ଏହା ପରେ ଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ସହ ଜିଲ୍ଲା ସ୍ୱାସ୍ଥ ଭିତିଭୂମିକୁ ନେଇ ଆଲୋଚନା କରିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାପାଇଁ ସଚିବ ପଣ୍ଡିଆନ ପରାମର୍ଶ ଦେଇଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ଷ୍ଟାଫ ମାନଙ୍କ ରହିବା ପାଇଁ କ୍ୱାଟର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟ ସ୍ତଳୀ ଓ ପାର୍କିଂ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ADVERTISEMENT