ବିଜେଡିର ଜନ ବିରୋଧୀ କାର୍ଯ୍ୟକାଳପ ବିରୋଧରେ ; ରାଜ୍ୟପାଳଙ୍କୁ ବିଜେପିର ଫେରାଦ

11

ଭୁବନେଶ୍ୱର,୧୧/୧୦(ଗୁରୁ ପ୍ରସାଦ): ଘର କରାଇବା ନାଁରେ ପିସି ନେଉଛନ୍ତି ବିଜେଡି ବିଧାୟକ, ରାଜ୍ୟପାଳଙ୍କୁ ବିଜେପିର ଫେରାଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜ ନାଁରେ ପ୍ରଚାର କରୁଥିବା ପ୍ରତିବାଦରେ ରାଜ୍ୟ ବିଜେପି ଗତ ୨୭ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ତେବେ ରାଜ୍ୟ ସରକାର ଏଥିରେ ନଚେତିବା ପରେ ବିଜେପି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଦଳର ୭୦ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି କେନ୍ଦ୍ରୀୟ ଯୋଜନାକୁ କିଭଳି ଉପାୟରେ ରାଜ୍ୟ ସରକାର ହଡ଼ପ ଓ ଅନିୟମିତତା କରୁଛନ୍ତି ସେ ସମ୍ପର୍କରେ ଅବଗତ କରାଇଛନ୍ତି। ଶାସକ ବିଜେଡି ବିଧାୟକମାନଙ୍କ ନିର୍ଦ୍ଦେଶରେ ସରକାରୀ ଅଫିସରମାନେ କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କୁ ଘର ଆବଣ୍ଟନ କରୁଛନ୍ତି । ଜିଓ ଟ୍ୟାଗିଙ୍ଗ୍ ନାଁରେ ବିଜେଡି ବିଧାୟକମାନେ ମୋଟା ଅଙ୍କର ପିସି ଆଦାୟ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଗରିବ ଲୋକଙ୍କ ହକ୍ ଓ ସ୍ୱାର୍ଥ ପାଇଁ ବିଜେପି ତା’ର ଲଢ଼େଇ ଜାରି ରଖିବ ବୋଲି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଚଞ୍ଚକତା ଓ ଭ୍ରଷ୍ଟାଚାରକୁ ଆଉ ପ୍ରଶୟ ଦିଆଯିବ ନାହିଁ ବୋଲି ବିଜେପି ନେତାମାନେ ଚେତାବନୀ ଦେଇଛନ୍ତି ।

ADVERTISEMENT