ରାବଣ ପ୍ରତିମୁର୍ତି ପୋଡ଼ିବା ପୂର୍ବରୁ ଉପରେ ପଡ଼ିଗଲା, ୧୩ ବର୍ଷିଅ ବାଳକ ଗୁରୁତର!!

19

ଭୁବନେଶ୍ୱର, ୧୧/୧୦(ଏଜେନ୍ସି) : ସୂଚନା ଅନୁସାରେ କାଣ୍ଡେତରା ଗାଁରେ ବିଜୟାଦଶମୀ ଅବସରରେ ଆଜି ରାବଣ ପୋଡ଼ି ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା। ଏଥି ପାଇଁ ଏକ ରାବଣ ପ୍ରତିମୁର୍ତି ନିର୍ମାଣ କରାଯାଇ ଏକ ଟ୍ରାକ୍ଟରରେ ପଡ଼ିଆକୁ ନିଆଯାଇଥିଲା। ମାତ୍ର ରାବଣକୁ ପଡ଼ିଆରେ ଛିଡ଼ା କରାଯାଉଥିବା ବେଳେ ସେଠାରେ ଗାଁର ଗଙ୍ଗାଧର ସତନାମୀଙ୍କ ପୁଅ ଯୋଗେଶ୍ୱର ସତନାମୀ (୧୩) ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିଲା । ରାବଣ ପ୍ରତିମୁର୍ତି ଯୋଗେଶ୍ୱର ଉପରେ ପଡ଼ିଯିବାରୁ ସେ ଚାପି ହୋଇଯାଇଥିଲା। ଉପସ୍ଥିତ ଲୋକେ ଯୋଗେଶ୍ୱରକୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଯୋଗେଶ୍ୱରକୁ ଅନ୍ୟ ହସ୍‌ପିଟାଲ ସ୍ଥାନାନ୍ତର କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ କାଣ୍ଡେତରା ଗାଁରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଶେଷ ହୋଇଛି ।

ADVERTISEMENT