ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି

12

ଭୁବନେଶ୍ୱର, ୧୧/୧୦,(ଏଜେନ୍ସି) : ସହର ମଧ୍ୟରେ ଅଯଥା ଭିଡ଼ କମାଇବା, ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ଯେଉଁ ସହରରେ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି ସେଠାରେ ଏହି ରିଙ୍ଗରୋଡ୍ ପ୍ରକଳ୍ପ କରିବାକୁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବାରିପଦା, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ଏହି ରିଙ୍ଗରୋଡ୍ ନିର୍ମାଣ କରିବାକୁ ଯୋଜନା ହୋଇଛି।

ADVERTISEMENT