କନ୍ଧମାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମୁଖ୍ୟଶାସନ ସଚିବଙ୍କ ପରିଦର୍ଶନ

15

ଫୁଲବାଣୀ,୧୧/୧୦,(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଓ ଏନଏଚଆରଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିବା ସହ ରୋଗୀମାନେ ଯେମିତି ସବୁ ପ୍ରକାର ସରକାରୀ ସାହାଯ୍ୟ ପାଇପାରିବେ ସେ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ କନ୍ଧମାଳ ପିପୁଲସ ସଂସ୍ଥା ତରଫରୁ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ କରିବା ପାଇଁ ଦାବି ପତ୍ର ଦିଆଯାଇଥିଲା ।

ADVERTISEMENT