ପାରିବାରିକ କଳହରୁ ମୃତ୍ୟୁ : ଦୁଇ ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା,ମାଁ ମୃତ ଦୁଇ ଝିଅ ଗୁରୁତର

12

ବ୍ରହ୍ମପୁର,୧୧/୧୦,(ଏଜେନ୍ସି) : ପାରିବାରିକ କଳହ ଅସହ୍ୟ ହେବାରୁ ଶୁକ୍ରବାର ଜଣେ ମହିଳା ନିଜର ୨ ଝିଅଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଆଜି ଅପରାହ୍ଣରେ ଏହି ଅଭାବନନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜିଆରପି ପୁଲିସ ଗୁରୁତର ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଜିଆରିପି ପୁଲିସ ମହିଳାଙ୍କର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ରିପୋର୍ଟରୁ ପ୍ରକାଶ ଯେ, ରମା ଭଞ୍ଜ ନିଜ ସ୍ୱାମୀ ଉତ୍ସବ ଭଞ୍ଜଙ୍କ ସହିତ କଳି କରି ଆଜି ସକାଳ ୬ଟାରେ ଘରୁ ବାହାରି ଆସିଥିଲେ। ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ସେ ୨ ଝିଅ ରିୟା ଓ ପ୍ରିୟାଙ୍କୁ ସାଥୀରେ ନେଇ ବ୍ରହ୍ମପୁର ଷ୍ଟେସନରେ ପହଂଚିଥିଲେ। ରମା ଭଞ୍ଜ ଷ୍ଟେସନରେ ଅନ୍ୟ ଯାତ୍ରୀଙ୍କ ଭଳି ଛିଡ଼ା ହୋଇଥିଲେ। ଷ୍ଟେସନର ପ୍ଲାଟଫର୍ମରେ ଟ୍ରେନ୍‌ ପହଞ୍ଚିବା ପୂର୍ବରୁ ରମା ତଳକୁ ଡେଇଁ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ADVERTISEMENT