ସିଟି ହସ୍ପିଟାଲରେ ମୁକୁଳା ପଡିଛି ନିଦାନ କେନ୍ଦ୍ର ମନମୁଖୀ ରିପୋର୍ଟ ନେଉଛନ୍ତି ରୋଗୀ ସମ୍ପର୍କୀୟ

9

ବ୍ରହ୍ମପୁର,୧୧/୧୦,(ଏଜେନ୍ସି): ଆଜି ସିଟି ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରକ୍ତ ନିଦାନ କେନ୍ଦ୍ରର ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ଷ୍ଟାଫ ବସିଥିବା ବେଳେ ବାହାରେ ରୋଗୀଙ୍କ ସମ୍ପର୍କୀୟ ନେଇ ଚାଲିଛନ୍ତି ସେମାନଙ୍କ ନିଦାନ ରିପୋର୍ଟ । ବ୍ଲଡ଼ ରିପୋର୍ଟ ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କୁ ଏ ନେଇ ପଚରାଯିବାରୁ ଅତ୍ୟଧିକ କାମ ପ୍ରେସର ଏବଂ ଷ୍ଟାଫ ସଟେଜ ଥିବା ଯାଗୁଁ ସେଠାରେ କୌଣସି କର୍ମଚାରୀ ରୋଗୀଙ୍କୁ ନିଦାନ ରିପୋର୍ଟ ଦେବାକୁ ରହିପାରୁ ନାହାନ୍ତି । ତେଣୁ ରୋଗୀଙ୍କୁ ନିଜେ ହିଁ ନିଜ ରିପୋର୍ଟ ନେବାକୁ ପଡୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ରିପୋର୍ଟ ନେବାରେ କୌଣସି ଭୁଲ ଭଟକା ହୁଏ କିମ୍ବା ଏକା ନାମଧାରୀ ଦୁଇଜଣ ବ୍ୟକ୍ତି ରହିଥାନ୍ତି, ତେବେ ସେହି କ୍ଷେତ୍ରରେ ଯେଉଁ ଗୁରୁତର ସମସ୍ୟା ସୃଷ୍ଟି ହୋଇ ରୋଗୀର ଯାହା କ୍ଷତି ହେବ ସେଥି ପାଇଁ ଦାୟୀ କିଏ ରହିବ ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

ADVERTISEMENT