ବାଲିଗୁଡ଼ାରେ ମା ଦୁର୍ଗାଙ୍କ ବିସର୍ଜନ ଉତ୍ସବ

9

କନ୍ଧମାଳ,୧୨/୧୦,(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମା ଦୁର୍ଗାଙ୍କ ବିସର୍ଜନ ଉତ୍ସବ କରାଯାଇଛି । ଏହି ଉତ୍ସବରେ ଇଲେକ୍ଟ୍ରି ଅଫିସ ଓ ମା ପାଟଖଣ୍ଡା ପୂଜା କମିଟି ମିଶି ବିସର୍ଜନ କରିଥିଲେ,ପ୍ରଥମେ ମାଁଙ୍କୁ ମା ପାଟଖଣ୍ଡା ମନ୍ଦିରରୁ ବାହାରି ଗାନ୍ଧୀ ଛକରୁ ବସଷ୍ଟାଣ୍ଡ, ନୂଆସାହି, ଦଣ୍ଡପଦର ପର୍ଯ୍ୟନ୍ତ ମାଙ୍କୁ ପରିକ୍ରମାକରାଇଥିଲେ । ଏହି ଉତ୍ସବରେ ମା ପାଟଖଣ୍ଡା କମିଟିର ସଭାପତି ଲୋକନାଥ ପାଢ଼ୀ, ଉପସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ଶ୍ରୀନିବାସ ପାତ୍ର, ସାଧାରଣ ସମ୍ପାଦକ ସୁଜିତ କୁମାର ପାଳ, ଉପଦେଷ୍ଟା ଭଗବତୀ ପ୍ରସାଦ ସାବତ ରହିବା ସହ କମିଟିର ସମସ୍ତ ସଭ୍ୟ ଓ ଇଲେକ୍ଟ୍ରି ଅଫିସ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ADVERTISEMENT