ଆସନ୍ତା ୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

12

ଭୁବନେଶ୍ୱର,୦୧/୦୯(କୁନାପ୍ରଧାନ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବ। ତେବେ ରାଜ୍ୟରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ରବିବାର ସୂଚନା ଦେଇ କହିଛନ୍ତି । ଅପରପକ୍ଷେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ସୁର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଧାର ଲିଙ୍କ୍‌ କରାଇବା ନାମରେ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ ବିଜେଡି ଅପଚେଷ୍ଟା କରୁଛି। ଲୋକଙ୍କୁ ଭୁଆଁ ବୁଲାଇ ବିଜେଡି ଓଡ଼ିଶାକୁ ଲୁଟ୍‌ ଉଦ୍ୟମ କରୁଥିବା ସେ କହିଛନ୍ତି।

ADVERTISEMENT