ଜିନ୍‌ପିଙ୍ଗ୍‌-ମୋଦି ଅଣଆନୁଷ୍ଠାନିକ ବୈଠକ

11

ନୂଆଦିଲ୍ଲୀ,୧୨/୧୦,(ଏଜେନ୍ସି): ଭାରତକୁ ଦୁଇ ଦିନିଆ ଗ୍ରସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭବ୍ୟ ସ୍ୱାଗତ ସମ୍ଵର୍ଧ୍ୱନା କଲାପରେ ଦୁଇ ନେତାଙ୍କ ମଧ୍ୟରେ ତାମିଲନାଡୁର କୋଭାଲମ୍ ଠାରେ ଅଣଆନୁଷ୍ଠାନିକ ବୈଠକ ହୋଇଅଛି । ଦୁଇନେତାଙ୍କ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ହୋଇଥିବା ଏହି ବୈଠକରେ ବିଭିନ୍ନ ଦୁଇ ପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭାରତୀୟ କଳାକୃତି ଐତିହ ସମ୍ପନ୍ନ ଉପହାର ମାନ ପ୍ରଦାନ କରଛନ୍ତି ।

ଛଅ ଫୁଟ୍‌ ଉଚ୍ଚର ଏହି ଦୀପଟି ବ୍ରୋଞ୍ଜ୍‌ରେ ତିଆରି ହୋଇଛି। ଏହାକୁ ତିଆରି କରିବାକୁ ୧୨ ଦିନ ଲାଗିଥିଲା। ଦୀପର ଉପରେ ରହିଛି ଦେବପକ୍ଷୀ ‘ଆନ୍ନମ’। ‘ଆନ୍ନମ’ ଜଳରୁ ଦୁଗ୍ଧକୁ ଅଲଗା କରିପାରେ। ଅର୍ଥାତ୍‌ ମନ୍ଦରୁ ଭଲକୁ ବାଛିବାର ଦକ୍ଷତା ତା’ର ରହିଛି। ଏହି ଦୀପର ବଇଠ ଗୋଲାକାର ଏବଂ ଅନେକ ଆକୃତିରେ ସଜାଯାଇଛି । ନୃତ୍ୟରତା ସରସ୍ୱତୀଙ୍କ ଛବି ଥିବା ତାଞ୍ଜାବୁର୍‌ ଚିତ୍ରକଳାର ଉଚ୍ଚତା ହେଉଛି ତିନ ଫୁଟ୍‌ ଏବଂ ଓସାର ଚାରି ଫୁଟ୍‌। ଏହାକୁ ତିଆରି କରିବାକୁ ଲାଗିଥିଲା ପ୍ରାୟ ୪୫ ଦିନ। ଏହାକୁ ଗୋଟାଏ କାଠ ଫ୍ରେମ୍‌ ଦେଇ ବନ୍ଧାଇ କରାଯାଇଛି। ଜ୍ଞାନ, ସଙ୍ଗୀତ, କଳା, ପ୍ରକୃତି ଏବଂ ଜ୍ଞାନର ପ୍ରତୀକ ହେଉଛନ୍ତି ନୃତ୍ୟରତା ସରସ୍ୱତୀ। ନୈସର୍ଗିକ ଆନନ୍ଦରେ ବୀଣା ବାଦନ କରି ସରସ୍ୱତୀ ନୃତ୍ୟ କରୁଥିବାର ଦୃଶ୍ୟ ଏହି ଚିତ୍ରକଳାରେ ବର୍ଣ୍ଣିତ ହୋଇଅଛି । ଏଥି ସହ ଜି ଜିନ୍‌ପିଙ୍ଗ୍‌ଙ୍କୁ ବିଭିନ୍ନ ପ୍ରଦର୍ଶନି ସ୍ଥଳ ପରିଭ୍ରମଣ କରିଥିବା ଦେଖିବାକୁ ମିଳିଛି । ଭାରତକୁ ଦୁଇ ଦିନିଆ ଗ୍ରସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଏହି ଅଣ ଆନୁଷ୍ଠାନିକ ଗ୍ରସ୍ତ ଯାଗୁଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟା ସମାଧାନର ବାଟ ବାହାରିବା ସହ ସମ୍ପର୍କରେ ଉନ୍ନତି ଆସିବାର ଆଶା କରାଯାଉଅଛି ।

ADVERTISEMENT