ନୁପୁର ଅନୁଷ୍ଠାନର କୁମାରପୂର୍ଣ୍ଣିମା ଉତ୍ସବ

17

ବ୍ରହ୍ମପୁର,୧୩/୧୦,(ସାହେବ ନାୟକ ): ବ୍ରହ୍ମପୁର ଗେଟବଜ଼ାର ସ୍ଥିତ NGO ହଲ ସଭ କକ୍ଷଠାରେ ସଭପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସଭପତିତ୍ୱରେ ଏକ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟକ ରୂପେ ରେଶମ ନଗରୀ ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ପ୍ରାରମ୍ଭିକ ସଂଗୀତ ବରିଷ୍ଠ ସାମ୍ବାଦିକ ଶୁଦ୍ଧିପ କୁମାର ସାହୁ ଗାନ କରିଥିଲେ । ଉପଦେଷ୍ଟା କିରଣ ଵାଲା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନୁପୁର ସମ୍ପାଦକ ସତ୍ୟ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଟ ଆଇନଜୀବୀ ତଥା ସଂଗୀତ ସଂଗଠନ ସଭାପତି ଶ୍ରୀ ଗୋପାଳ କୃଷ୍ଣ ଡାକୁଆଙ୍କୁ ମଞ୍ଚରେ ସମ୍ଵର୍ଦ୍ଧିତ କରାଯାଇଥିଲା । NGO ସଭାପତି ସମୀର କୁମାର ସାବତ ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଟ ସ୍ତମ୍ବକାର ଦେବୀ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ADVERTISEMENT