ବ୍ରହ୍ମପୁର ମହାନଗରରେ ପୁସ୍ତକ ମେଳା ଅନୁଷ୍ଠିତ ହେବାକୁ ଯାଉଛି ଆସନ୍ତା ନଭେମ୍ବର ୮ତାରିଖ ଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ

31

ବ୍ରହ୍ମପୁର,୧୩/୧୦,(ଏଜେନ୍ସି):ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା କମିଟି ଦ୍ବାରା ଆୟୋଜିତ “ମହାନଗର ପୁସ୍ତକ ମେଳା-୨୦୧୯” ଆସନ୍ତା ନଭେମ୍ବର ୮ତାରିଖ ଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହେବ। ସ୍ଥାନୀୟ ବ୍ୟାଙ୍କ କଲୋନୀ ନୀଳାଦ୍ରି ନିବାସ ଠାରେ ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ଅକ୍ଟୋବରରେ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏଥିରେ ବକୃତା,ପ୍ରବନ୍ଧ,ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ବିଭାଗର ୫,୬,୭ କନିଷ୍ଠ ୮,୯,୧୦ ବରିଷ୍ଠ ବିଭାଗରେ ପ୍ରତିଯୋଗିତା କରାଯିବା ନିମନ୍ତେ ସ୍ଥିରୀକୃତ କରାଯାଇଛି। ୧ ନଭେମ୍ୱରରେ ଭୂମିପୂଜା ସକାଶେ କାର୍ଯ୍ୟକ୍ରମ ରଖା ଯାଇଛି। ଏଥିରେ ଓଡ଼ିଶା ଓ ଓଡିଶା ବାହାରୁ ବହୁ ପ୍ରକାଶକ, ପୁସ୍ତକ ବିକ୍ରେତା ଧର୍ମ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଯୋଗଦାନ କରିବେ ବୋଲି ସଭାପତି ଶ୍ରୀକାନ୍ତ ଦାସ ମତ ରଖିଥିଲେ। ପ୍ରତ୍ୟେକ ଦିନ ସଂଧ୍ୟାରେ ସାହିତ୍ୟ ଆଲୋଚନା ଓ ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ରଖାଯାଇଛି। ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ସାହିତ୍ୟିକ ଏହି ମହାନଗର ପୁସ୍ତକ ମେଳାରେ ଯୋଗଦାନ କରିବାର ଯୋଜନା ରହିଛି।

ADVERTISEMENT