ବିଦ୍ୟୁତ୍ ଟ୍ରଂସ୍ଫର୍ମ ସଂସ୍ପର୍ଶରେ ଆସି ଛୋଟ ମାଙ୍କଡ଼ ଛୁଆର ପ୍ରାଣ ହାନୀ !

27

ବ୍ରହ୍ମପୁର,୧୩/୧୦,(ଗୁରୁପ୍ରସାଦ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚପଡା ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ୍ ଟ୍ରଂସ୍ଫର୍ମରେ ଆଜି ଏକ ମାଙ୍କଡ ଛୁଆର ପ୍ରାଣ ହାନୀ ଘଟିଛି l ସେହି ଟ୍ରଂସଫର୍ମଟୀ ମୁଖ୍ୟ ରାସ୍ତାରେ ଥିବା ଯୋଗୁଁ ସାଧାରଣ ଲୋକ ଯିବାଆସିବାରେ ଭୟଭୀତ ମନେକରିଥାନ୍ତି । ଏଥି ଯୋଗୁଁ ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଅଭିଯୋଗ ହଇ ଆସୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଏଥି ପ୍ରତି ତିଳେ ମଧ୍ୟ୍ୟ ଦୃଷ୍ଟି ଦେଉନାହିଁ ଯାହା ଫଳରେ ମାଙ୍କଡ ଛୁଆର ପ୍ରାଣ ହାନୀ ହୋଇଛି । ଏବଂ ସେହି ମାର୍ଗ ଦେଇ ଯିବା ଆସିବା ଲୋକଙ୍କର ମଧ୍ୟ ଆଗାମୀ ଦିନରେ କଣ ଯେ ଅଘଟଣ ଘଟିପାରେ ବୋଲି ବୁଦ୍ଧିଜୀବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ? ଏହାକୁ କୁ ନେଇ ପୂର୍ବରୁ ମଧ୍ୟ ସେହି ଟ୍ରାନ୍ସଫରରେ ନିଆଁ ବାହାରୁଥିବା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏବଂ ଆଗାମୀ ଦିନରେ ସେଠାରେ କୌଣସି ଅଘଟଣ ଘଟିଲେ ସ୍ଥାନୀୟ ସାଉଥକୋ ବିଭାଗକୁ ଘେରିବା ସହ ଜନ ଆନ୍ଦୋଳନ କରାଯିବ ।

ADVERTISEMENT