ଗଂଜାମ ଜିଲ୍ଲାରେ ଦୀର୍ଘବର୍ଷ ହେଲା କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବଦଳି ଦାବି

17

ବ୍ରହ୍ମପୁର,୧୪/୧୦(ଗୁରୁପ୍ରସାଦ): ଗଂଜାମ ଜିଲ୍ଲାରେ ଦୀର୍ଘବର୍ଷ ହେଲା କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କୁ ତୁରନ୍ତ ବଦଳି ଦାବିରେ ଜିଲ୍ଲାସମ୍ବାଦିକ ସଙ୍ଘ ଆଜି ମୁଖ୍ୟମନ୍ତ୍ରୀଙ୍କ ଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ କର୍ମପ୍ରବଣ ଗଂଜାମ ଜିଲ୍ଲାବାସୀ ସର୍ବଦା ଶୃଙ୍ଖଳିତ ଓ ଆତ୍ମବିଶ୍ଵାସୀ । ତଥାପି ବିଭିନ୍ନ କାର୍ଯ୍ୟରେ ସରକାରୀ ଦଫତର ମାନଙ୍କ ଉପରେ ନିର୍ଭରଶୀଳ । ସରକାରୀ ଦଫ୍ତରୀ ଗୁଡିକରେ ବାବୁ ମାନଙ୍କ କାର୍ଯ୍ୟପ୍ରଣାଳିରେ ଅନୁଚିତ ଅନୁଗ୍ରହ ପାଇଁ ଲୋକଙ୍କୁ ଅଵିଶାନ୍ତ ହଇରାଣ ହର୍କତ ଓ ଜାଣିଶୁଣି ବିଳମ୍ବ କରଯାଏ । ଫଳରେ ଲୋକେ ବାରମ୍ବାର ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ଏଗୁଡିକ ତଥା କଥିତ ଏକ ଓ ଦୀର୍ଘ ଦିନ ଧରି ଗାଦିମଡା ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ପ୍ରଣାଳୀକୁ ଅନ୍ୟମାନେ ଅନୁସରଣ କରୁଛନ୍ତି । ଫଳରେ ଗଂଜାମ ଜିଲ୍ଲାର ଜନସାଧାରଣ ସାଧରଣ କାମଟିଏ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି ଏବଂ ବହୁଅର୍ଥ ଓ ଶ୍ରମ ସ୍ୱୀକାର କରିବାକୁ ପଡୁଛି । ତେଣୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଆଜି ଏକ ସ୍ମାରକପତ୍ର ମାଧ୍ୟମରେ ଦୀର୍ଘଦିନର ଗାଦିମଡା ଅଧିକାରୀଙ୍କୁ ତୁରନ୍ତ ବଦଳି ପାଇଁ ଅନୁରୋଧ କରାଯାଇଛ । ଏହି ଦାବିପତ୍ର ଦେବା ସମୟରେ ସନ୍ତୋଷପାଢ଼ି , ଡା. ଗୁଣାକର ରଥ କାଳି ଦାସ, ରାମଚନ୍ଦ୍ର ବୈଦ୍ୟ , ସୁରଜିତ କୁମାର ରାଉଳ, ଅଜିତ ଦଳେଇ ,ଶ୍ରୀମତୀ ସରିତା ପଣ୍ଡା , ପ୍ରଶାନ୍ତ କୁମାର ମହାପାତ୍ର, ଜୟରାମ ମହାରଣା, ମାନସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT