ବାଲିଗୁଡା ବିଧାୟକଙ୍କ ପଞ୍ଚାୟତ ଗସ୍ତ

39

ବାଲିଗୁଡ଼ା,୧୪/୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମପଞ୍ଚାୟତ ଗସ୍ତ କରିଥିଲେ ସେଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ବାଟାଗୁଡା ପଞ୍ଚାୟତର ବହୁ ଜନସାଧାରଣ ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଵାଟାଗୁଡ଼ା ପାଞ୍ଚୟତର ସରପଞ୍ଚ ମେନକା ମଳିକ, ବିଜେଡି ପଞ୍ଚାୟତ ସଭାପତି ପତି ଚକ୍ରଧର ପାତ୍ର, ଉପ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଶରତ ଚନ୍ଦ୍ର ପାତ୍ର, ଗୋପବନ୍ଧୁ ପାତ୍ର, ଗୁଡୀସା ଡ଼ିଗାଲ, ଆନ୍ଦ୍ରିୟ ଡିଗାଲ, ଅଞ୍ଜନ ଡିଗାଲ, ନବୀନ ଡିଗାଲ ଉପସ୍ଥିତ ରହିଥିବା ସହ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ବରିଷ୍ଠ ନେତା ଗୌରୀ ଶଙ୍କର ଆଚାରି ଯୋଗଦେଇଥିଲେ ।

ADVERTISEMENT