ବାଲିଗୁଡା ଏଏନଏସି କାର୍ଯ୍ୟାଳୟରେ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅଫିସରେ ତାଲା

14

କନ୍ଧମାଳ,୧୪/୧୦(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏଏନଏସି କାର୍ଯ୍ୟାଳୟରେ ଆଜି ସକାଳୁ ସାତୋଗୋଟି କାଉନ୍ସିଲରଙ୍କ ଉପସ୍ଥିତିରେ ଅଫିସ ତାଲା ପକାଗଲା । ତାଲା ପକାଇବାର ମୁଖ୍ୟ ଉଦ୍ଦେଶ୍ୟ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ,ସେ ବହୁତ ବିଳମ୍ବରେ ଅଫିସ ଆସନ୍ତି ଏବଂ ଅଧିକ ଦିନ ଅନୁପସ୍ଥିତ ରୁହନ୍ତି ।

ଲୋକଙ୍କର କୋଣସି ସମସ୍ୟାର ସମାଧାନ କରନ୍ତି ନାହିଁ । ଏହା ଛଡ଼ା ଲୋକଙ୍କୁ ବହୁବାର ଅଫିସକୁ ଡାକି ହଇରାଣ ମଧ୍ୟ୍ୟ କରିଥାନ୍ତି ଲୋକଙ୍କ କହିବା ହେଲା ହରିଶ୍ଚନ୍ଦ୍ର ଯୋଜନା ଭଳି ଅନେକ ଯୋଜନା ଲୋକେ ଆଜି ପର୍ଯ୍ୟନ୍ତ ଅବା ଠିକ ସମୟରେ ପାଇ ପାରୁନାହାନ୍ତି । ଅଞ୍ଚଳବାସୀ ଏବଂ କାଉନସିଲର ପ୍ରତିକ୍ରିୟା ଏହିକି ଯେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତୁରନ୍ତ ଏଠାରୁ ବଦଳି କରାଯାଉ ନହେଲେ ଆଗାମୀ ଦିନରେ ରାଜରାସ୍ତା ଓଲ୍ହାଇବେ ବୋଲି କାଉନ୍ସିଲର ମାନଙ୍କ ଅଭିଯୋଗ ହୋଇଛି ।

ADVERTISEMENT