ବିଜେପି ସାଂସଦ ଅର୍ଜୁନ ସିଂହଙ୍କ କାର୍‌କୁ ଭାଙ୍ଗି ପକାଇଲେ ତୃଣମୂଳ କଂଗ୍ରେସ ସମର୍ଥକ

14

କୋଲ୍‌କାତା,୦୧/୦୯(ଏଜେନସି ) : ରବିବାର ଦିନ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପିର ବାରାକ୍‌ପୁର ସାଂସଦ ଅର୍ଜୁନ ସିଂହଙ୍କ କାର୍‌କୁ ତୃଣମୂଳ କଂଗ୍ରେସର ସମର୍ଥକମାନେ ଭାଙ୍ଗି ପକାଇଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଘଟଣାଟି ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଶ୍ୟାମନଗର ଅନ୍ତର୍ଗତ ଫିଡର୍‌ ରୋଡ୍‌ରେ ସଙ୍ଗଠିତ ହୋଇଛି। ସେ ଅଞ୍ଚଳରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଜବରଦଖଲ କରିବାକୁ ଉଦ୍ୟମ କରିବା ପାଇଁ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଦଳୀୟ କର୍ମୀଙ୍କୁ ଭେଟିବାକୁ ବିଜେପି ସାଂସଦ ଯାଇଥିଲେ। ସିଂହ ଆହୁରି ଉଲ୍ଲେଖ କରିଛନ୍ତି ଯେ ଘଟଣା ସମୟରେ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ କିନ୍ତୁ, ତାଙ୍କ କାର୍‌ ଆକ୍ରମଣକାରୀ ତୃଣମୂଳ କଂଗ୍ରେସ ଗୁଣ୍ଡାମାନଙ୍କୁ ଅଟକାଇପାରିଲେ ନାହିଁ । ଘଟଣା ସଂକ୍ରାନ୍ତରେ ବ୍ୟାଖ୍ୟା କରି ସିଂହ କହିଲେ, ସେମାନେ ଆମ ଦଳୀୟ କାର୍ଯ୍ୟାଳୟ ଦଖଲ କରିବାକୁ ଚେଷ୍ଟା କରୁଥିଲେ। ମୁଁ ବାଧା ଦେବାକୁ ଯିବାରୁ ସେମାନେ ମୋ କାର୍‌ ଭାଙ୍ଗି ଦେଲେ। ପୁଲିସ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲା।

ADVERTISEMENT