ଚୌଦ୍ୱାରର ଅପରାଧୀ ଜିତୁକୁ ଏନକାଣ୍ଟଟର ପରେ ପରଦା ଫାସ ହେଲା ସତ ! କିଏ ଥିଲା ଯୋଜନାକାରୀ ଓ ପ୍ରକୃତ ଅପରାଧୀ ?

16

କଟକ,୧୪/୧୦(ଏଜେନ୍ସି): ଚୌଦ୍ୱାରରେ ଅପରାଧୀ ଜିତୁକୁ ଏନକାଣ୍ଟଟର ପରେ ଆସିଲା ସାଂଘାତିକ ସତ । ପ୍ରେମିକା ଥିଲା ଅପରାଧୀ ପ୍ରେମିକର ବଶ୍ । ଗାର୍ଲଫ୍ରେଣ୍ଡ ସହ ମା ଓ ଉଭଣୀ ଥିଲେ ପାର୍ଟନର ଗାର୍ଲଫ୍ରେଣ୍ଡ ଇସାରାରେ ଚାଲିଥିଲା ଅପରାଧର ସାମ୍ରାଜ୍ୟ । ପ୍ରେମିକା ଥିଲା ଅପରାଧୀ ପ୍ରେମିକର ବସ । ଗତ ରବିବାର ଚୌଦ୍ୱାର ପୁଲିସ ଏନକାଉଂଟର କରିଥିବା ଅପରାଧୀ ଜିତୁ ସାହୁ ଓରଫ ଅଜୟ ସାହୁ ପୁଲିସ ଜେରା ବେଳେ ଏପରି ଚାଂଚଲ୍ୟକର ତଥ୍ୟ ପାଇଛି । ଜିତୁର ଅପରାଧୀ ସାମ୍ରାଜ୍ୟ ମୁଖ୍ୟ କାର୍ପେଟଦାର ଥିଲା ତା ଗାର୍ଲଫ୍ରେଣ୍ଡ ଜିନା ଓ ସହଯୋଗୀ ଥିଲେ ମାଆ ଓ ଭଉଣୀ । ପୁଲିସ ପ୍ରେମିକା ସମେତ ଜିତୁର ମାଆ ଓ ଭଉଣୀକୁ ଗିରଫ କରିଛି । ପ୍ରେମିକା ଲୁଟର ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିଲା, ଆଉ ତାକୁ କାର୍ଯ୍ୟକାରୀ କରୁଥିଲା ଜିତୁ । ଏନକାଉଂଟରରେ ଘାଇଲା ଅପରାଧୀ ଜିତୁର ଅପରାଧ ନେଟୱାର୍କକୁ ତାର ଗାର୍ଲଫ୍ରେଣ୍ଡ ଜିନା ରିମୋଟ କଂଟ୍ରୋଲରେ ପରିଚାଳନା କରୁଥିଲା । କେଉଁଠି, କାହାକୁ କେଉଁ ସମୟରେ ଟାର୍ଗେଟ କରାଯିବ, ଲୁଟ ସାମଗ୍ରୀକୁ କିପରି ଡେଲିଭରି କରାଯିବ ସବୁ ନିଜେ ବୁଝାବୁଝି କରୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଅପରାଧ ଦୁନିଆଁରେ ପ୍ରେମିକା ଜିନା, ପ୍ରେମିକ ଜିତୁ ଛଡା ଜିତୁର ମାଆ ଓ ଭଉଣୀ ମଧ୍ୟ ପାର୍ଟନର ଥିଲେ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ମାଆ ଓ ଭଉଣୀ ମଧ୍ୟ ସକ୍ରିୟ ଭୂମିକା ଥିବା ପୁଲିସ ଡିସିପି କହିଛନ୍ତି । ଭଉଣୀ ଲୁଟ୍ ସାମଗ୍ରୀ ରଖିବା ସହ କେମିତି ଏହାକୁ ହାଟ ବଜାରରେ ବିକ୍ରି କରାଯିବ ସେ ଦାୟିତ୍ବ ସମ୍ଭାଳୁଥିଲା । ଗତ ୧୦ ବର୍ଷ ହେଲା ଏହି ଲୁଟେରା ପରିବାର କଟକ, ଢେଙ୍କାନାଳ, ଆଠଗଡ, ଚୌଦ୍ୱାର, ବଡମ୍ବା, ଭୁବନେଶ୍ୱର, ବାଲିପାଟଣା ଅଂଚଳରେ ଲୁଟପାଟ କରିଆସୁଥିଲେ ବୋଲି ପୁଲିସ ସୂଚନା ଦେଇଛି ।

ADVERTISEMENT