ଓଡିଶା ଟ୍ରେନ ଫେରୀଵାଲାଙ୍କ ଅଧକାର ପାଇଁ ଧାରଣା

14

ବ୍ରହ୍ମପୁର,୧୪/୧୦(ଇ ରଞ୍ଜନ ): ଦୀର୍ଘ ଦୁଇ ସପ୍ତାହ ହେଲା ନିଜର ନ୍ୟାର୍ଯ୍ୟ ଦାବି ପାଇଁ ସଂଘର୍ଷ କରୁଥିବା ଶିବସେନା ଫେରୀଵାଲା ମହାସଂଘ ଧାରଣାରେ ବସିଛି । ସୂଚନା ଯୋଗ୍ୟ ଦୀର୍ଘ ଦିନ ହେଲା ଫେରିବାଲାଙ୍କୁ ରେଳ ଭିତରେ ବିକ୍ରି ପାଇଁ ଅନୁମତି ନଦେବା ପରିତାପର ବିଷୟ । ଏହି ପରିସ୍ଥିତିରେ ଆରପିଏଫଭାରପ୍ରାପ୍ତ ଅଧିକାରୀଙ୍କୁ ବାରମ୍ବାର ଦରଖାସ୍ତ ପ୍ରଦାନ କରିଥିଲେ ମଧ୍ୟ କାୖଣସି ସୁଫଳ ମିଳି ନ ଥିବା ଜଣାପଡିଛି । ଶିବସେନ ଫେରୀଵାଲା ମହାସଂଘ ରାଜ୍ୟ ମୁଖ୍ୟ ମିଥୁନ ପାତ୍ର ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ପୁଣି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବୀପତ୍ରକୁ ଆରପିଏଫ ଅଧିକାରୀ ଗ୍ରହଣ କରି ରୋକଠୋକ ମନା କରିଦେଇଥିଲେ । ସେ କହିଥିଲେ କେବଳ ଲାଇସେନ୍ସ ହୋଲଡର ହିଁ ଟ୍ରେନ ଭିତରକୁ ଯାଇପାରିବେ । ଏହା ଶୁଣିବା ପରେ ନିଜ ନିଜ ପରିବାରକୁ ନେଇ ଗୁଜୁରାଣ ମେଣ୍ଟାଉଥିବା ଶିବସେନା ଫେରୀଵାଲା ମହାସଙ୍ଘ ହତାଶ ହୋଇ ପଡିଛନ୍ତି । ଏଣୁ ଏଥିପ୍ରତି ଉଚ୍ଚ ପଦାଧିକାରୀ ଏହାର ବିଚାର କଲେ ଫେରୀଵାଲା ସଙ୍ଘ ଉପକୃତ ହେବେ ।

ADVERTISEMENT