ଭିତ୍ତିପ୍ରସ୍ତକୁ ନେଇ ବିରୋଧ

3

ପାରଳାଖେମୁଣ୍ଡି,୧୫/୧୦(ପ୍ରଭାତ କୁମାର ପାତ୍ର) : ଗଜପତିରେ ହୋଇପାରିଲାନି ଭିତ୍ତିପ୍ରସ୍ତର ସ୍ଥାପନ। ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପାରଳାଖେମୁଣ୍ଡି ପୈାରପରିଷଦର ୬ ନମ୍ବର ଓ୍ବାର୍ଡରେ ଏକ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାକୁ ବିରୋଧ କରିବା ଫଳରେ ଶୁଭ ଦେଇନପାରି ଫେରିଲେ ସାଂସଦ ଚନ୍ଦ୍ରଶେଖର ସାହୁ, ତାଙ୍କ ସାଥିରେ ବିଧାୟକ ନାରାୟଣ ରାଓ , ଜିଲ୍ଲାପାଳ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ରାସ୍ତାରେ ପ୍ରତିବାଦ କରୁଥିବା ଶତାଧିକ ମହିଳା ପୁରୁଷଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସମ୍ଭବ ହୋଇନଥିଲା। ଏପରିକି କିଛି ମହିଳା ଏହାକୁ ବନ୍ଦ ନ କଲେ କିରୋସିନ ଢାଳି ଆତ୍ମାହୁତି କରିବାକୁ କିରୋସିନ ଧରି ଧମକ ଦେଇଛନ୍ତି ଓ ବିରୋଧ କରିଛନ୍ତି । ଏଠାରେ ପୋଲିସ ନୀରବଦ୍ରଷ୍ଟା ସାଜିଛି, ସ୍ଥାନୀୟ ବିଧାୟକ ସମେତ ସମସ୍ତେ ଦେଖଣାହାରି ରହିଥିଲେ। ପୂର୍ବ ଗସ୍ତ ସମୟରେ କର୍ମୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଆଜି ପୁଣି ହଟହଟା ହେବାକୁ ପଡ଼ିଛି ସାଂସଦ ଶ୍ରୀ ସାହୁଙ୍କୁ।

ADVERTISEMENT