ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

27

ନୂଆଦିଲ୍ଲୀ,୧୫/୧୦(ଏଜେନ୍ସି):ପୂର୍ବତନ ୧୧ତମ ରାଷ୍ଟ୍ରପତି (ଅଭୁଲ ପାକିର ଜୈନୁଲାବଦିନ ଅବଦୁଲ କାଲାମ )ଏ.ପି.ଜେ ଅବଦୁଲ୍‌ କଲାମଙ୍କ ୧୫ ଅକ୍ଟବରରେ ଆଜି ଜନ୍ମ ବାର୍ଷିକୀ ଅଟେ । ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ,ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌ ଭଦୌରିୟା ଏବଂ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ପ୍ରମୁଖ ମିଶାଇଲ୍‌ ମ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୩୧ ଅକ୍ଟୋବର ୧୫ରେ କଲାମ ତାମିଲନାଡୁର ରାମେଶ୍ୱରମ୍‌ଠାରେ ଜନ୍ମଗ୍ରହଣ କରିଥିଲେ,ସେ ଯୁବ ସମାଜ ପାଇଁ ପ୍ରେରଣା ଥିଲେ । ୮୩ ବର୍ଷ ବୟସରେ ୨୦୧୫ ଜୁଲାଇ ୨୭ରେ ଶିଲଂରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ହୃଦ୍‌ଘାତରେ ତାଙ୍କର ବିୟୋଗ ହୋଇଥିଲା। ସେ ଏକ ପୁସ୍ତକ ଲେଖିଥିଲେ (my Journey )ଯେଉଁଥିରେ ତାଙ୍କ ଜୀବନର ସ୍ବପ୍ନକୁ ସାକାର କରହିଲେ ତାହା ଵର୍ଣ୍ଣନା କରିଛନ୍ତି ।

ADVERTISEMENT