ଦୁର୍ଗାପୂଜା ଉଦ୍ଜାପିତ ଅବସରରେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

15

ବ୍ରହ୍ମପୁର,୧୬/୧୦( ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମରେ ଦୀର୍ଘ୩୫ବର୍ଷ ହେଲା ଦୁର୍ଗା ପୂଜା ମହାଆଡମ୍ବର ସହ ପାଳିତ ହୋଇ ଆସୁଅଛି । ମାଁ ଙ୍କ ମୃର୍ତ୍ତିକୁ ଅସ୍ଥାୟୀ ମଣ୍ଡପରେ ଅଷ୍ଟମି ଠାରୁ ଦୀର୍ଘ ଦଶଦିନ ବ୍ୟାପି ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ସାନ୍ଧ୍ୟ ଆଳତି ଓ ସାସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଗ୍ରାମର କୁନିକୁନି ଛାତ୍ର ଛାତ୍ରୀ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହରପ୍ରସାଦ ସାହୁ ମୁଖ୍ୟ ଅତିଥି, ବିଜେଡି ନେତା ସନ୍ତୋଷ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁନିକୁନି କଳାକାରଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ସରପଞ୍ଚ ଝୁନୁ ପ୍ରଧାନ, ପୂର୍ବତନ ସରପଞ୍ଚ ଉଦୟ ନାଥ ଖୁଣ୍ଟିଆ, ଉପେନ୍ଦ୍ର ସାହୁ,ସନ୍ତୋଷପାଳ,ପ୍ରଭାକର ମହାରଣା,ଭଗବାନ ପ୍ରଧାନ(ଶିକୁଳା),ସୁନିଳ ପାଳ,ଜିତୁ ପ୍ରଧାନ, ମନୋଜ ଖୁଣ୍ଟିଆ ଓ ମା ବନଦୁର୍ଗା ମିତ୍ର ମଣ୍ଡଳି ଉପସ୍ଥିତ ଥିଲେ । ଏହି ପୂଜାକୁ ଅରଖପୁର ଗ୍ରାମବାସି ପରିଚାଳନା କରିଥିଲେ।

ADVERTISEMENT