ମଦ ଜବତ ଛ’ଜଣ ଗିରଫ

10

ପାରଳାଖେମୁଣ୍ଡି, ୧୬/୧୦ (ପ୍ରଭାତ ପାତ୍ର ) : ଗଜପତି ଜିଲ୍ଲା ଅବକାରି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଜିଲ୍ଲାପାଳ ଅନୁପମ ଶାହା ନିର୍ଦ୍ଧେଶକ୍ରମେ ଅବକାରି ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀ ତତ୍ତ୍ଵବଧାନ ଓ ଅବକାରୀ ନିରୀକ୍ଷକ ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ନାରାୟଣପୁର, ପରିଡା, ବାଳିକା, ପାରଳାଖେମୁଣ୍ଡି ଜାଗିଲି ସାହି ଚଢାଉ କରାଯାଇଥିଲା। ବିଭିନ୍ନ ସ୍ଥାନରୁ ୧୭ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ୬ ଜଣ ହେଲେ ପାଡୁକୁ ଲକ୍ଷ୍ମୀ, ହେଲା ପାର୍ବତୀ, ତାଲଗାନା ଧାମୁଡି ଆମ୍ବା, ବିନିକା ମହାଙ୍କୁଡ, ସୋଲାପୁରମ୍ ଡାଲମା, ଓ ମେଲା ସରୋଜିନୀ ବୋଲି ଜଣା ପଡ଼ିଛି। ଏ ନେଇ ଅବକାରି ବିଭାଗରୁ ୩ ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଉପ- ନିରୀକ୍ଷକ ରବିନ୍ଦ୍ର କୁମାର ପ୍ରଧାନ, ଚନ୍ଦ୍ରଶେଖର ପରିଡା , ସହ ଉପ-ନିରୀକ୍ଷକ ଚିତରଞ୍ଜନ ଯେନା, କିଶୋର କୁମାର ରଥ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ।

ADVERTISEMENT