ଡାକ୍ତର ଦାମୋଦର ରାଉତଙ୍କ ବିଜେପିରୁ ଇସ୍ତଫା

13

ଭୁବନେଶ୍ୱର, ୧୬/୧୦ (ଏଜେନ୍ସି ) : ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଥିବା ଜଣାଯାଇଛି । ସେ ଗତ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଏରସମା-ବାଲିକୁଦାରୁ ଲଢ଼ିଥିଲେ ଏବଂ ପରାଜିତ ହୋଇଥିଲେ। ତେବେ ସେ ଇସ୍ତଫା ପତ୍ରରେ ବିଜେପି ପ୍ରତି କୌଣସି ଅସୂୟାଭାବ ନାହିଁ ବୋଲି ଦର୍ଶାଇନଥିବା କୁହାଯାଉଛି । ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କାର କରିବାର କିଛି ଦିନ ପରେ ସେ ବିଜେପିରେ ସାମିଲ ହୋଇଥିଲେ । ବିଜେପୁର ଉପନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ସେ କ୍ଷୁବ୍ଧ ହୋଇ ତାଙ୍କୁ ଆଉ ଦଳ ଖୋଜୁ ନାହିଁ ବୋଲି କହିଥିଲେ । ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି।

ADVERTISEMENT