ଅଟୋ ସହ କାଠ ଜବତ: ୨ଜଣ ଗିରଫ

9

ବାଲିଗୁଡା, ୧୬/୧୦ (ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୀନସ୍ଥ କିରିକୁଟି ପଞ୍ଚାୟତ ୫୯ନଂ. ଜାତୀୟ ରାଜପଥରେ କ.ନୂଆଗାଁ ବନ ବିଭାଗ ତରଫରୁ ରାତ୍ର କାଳୀନ ପାଟ୍ରେlଲିଙ୍ଗ ସମୟରେ କିରିକୁଟି ଗ୍ରାମକୁ ଯାଉଥିବା ସମୟରେ ଲକଟି ଛକ ନିକଟରୁ ଏକ ଅଟୋ (ଓଡ଼ି12ଏ 2374) ରେ ୫ଟି ଶlଳକାଠ ବୋଝଇ ହୋଇଥିବା ସମୟରେ ଜବତ କରାଯାଇଛି l ଏଥି ସହିତ ୨ଜଣଙ୍କୁ ଗିରଫ କରାଯାଇଥିବା ବିଷୟ କ.ନୂଆଗାଁ  ବନାଞ୍ଚଳ ଅଧିକାରୀ ସଞ୍ଜୟ ସାହୁ ସୂଚନା ପ୍ରଦାନ କରିଛନ୍ତି l ଗିରଫ ଦୁଇ ବ୍ୟକ୍ତି ହେଲେ କୁମ୍ଭାରମୁଣ୍ଡା ଗ୍ରାମର ଜୀରିମିୟ ପ୍ରଧାନ,ଓ କିରିକୁଟି ଗ୍ରାମର ସାଇବରାଜ ନାୟକ l ଜବତ ହୋଇଥିବା ୫ଟି ଶlଳକାଠର ମୂଲ୍ୟ ୫ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି  l ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁହିଁଙ୍କୁ କୋୖର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି l ଏହି ଚଢ଼ାଉରେ ବନପାଳ ସରୋଜ କୁମାର ମଙ୍ଗରାଜ,କ. ନୂଆଗାଁ ବନରକ୍ଷୀ ଜଗତଜ୍ୟୋତି ନାୟକ, ମକବାଲି ବନରକ୍ଷୀ କୁମୁଦ ଚନ୍ଦ୍ର ବେହେରା, ପଟାଙ୍ଗି ବନରକ୍ଷୀ ରାଜେସ୍ଵର ବଡ଼ମାଝୀ ପ୍ରମୁଖ ସହଯୋଗ କରିଥିଲେ l

ADVERTISEMENT