ଗୁଣିଗାରେଡି ନେଇ ସଚେତନତା ରାଲି

27

କୁକୁଡାଖଣ୍ଡି, ୧୬/୧୦ (ଇ.ରଞ୍ଜନ ) : ଅଂକୁଶପୁର ସଦର ଥାନା ପକ୍ଷରୁ ଆଜି ରାମଚନ୍ଦ୍ରପୁର ମହିଳା ସଙ୍ଗଠନର ସହଯୋଗରେ କୁକୁଡାଖଣ୍ଡି ଠାରେ ଗୁଣିଗାରେଡି ଓ ଅନ୍ଧ ବିଶ୍ବାସ ପ୍ରଥା ଗ୍ରାମାଞଳ ମାନଙ୍କରେ ବହୁଳ ପ୍ରସାର ଉପରେ ରୋକ ଲଗାଇବା ପାଇଁ ଜନସାଧାରଣଙ୍କୁ ଏହି ଅନ୍ଧବିଶ୍ବାସ ପ୍ରଥାରୁ ଦୂରେଇ ରହିବାକୁ ପରାମର୍ଶ ଦେବା ପାଇଁ ଏକ ଜନସଚେତନତା ରାଲି ଅନୁଷ୍ଟିତ ହୋଇ ଯାଇଛି। ଥାନା ଅଧିକାରୀ ସନ୍ତୋଷିନୀ ଓରାମ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଚଳିତ 5ଟି କାର୍ଯ୍ୟକ୍ରମ କିପରି ଲୋକମାନଙ୍କ ନିକଟରେ କିପରି ପହଞି ପାରିବେ ପୋଲିସ ଥାନାକୁ ଗଲେ ଲୋକଙ୍କ କଣ ହକ ରହିଛି ? ପୋଲିସ କିପରି ଥାନାକୁ ଆସୁଥିବା ଲୋକଙ୍କୁ ବ୍ୟବହାର କରିବେ ସେନେଇ ଲୋକଙ୍କୁ ବୁଝାଇଥିଲେ। ଲୋକେ ଗୁଣି ଗାରେଡି ଆଦିକୁ ବିଶ୍ୱାସ କରିବା ଦ୍ୱାରା ସମାଜ ପଥଭ୍ରଷ୍ଟ ହେଉଥିବା ନେଇ ମହିଳା ସଂଗଠନ ମାଧ୍ୟମରେ ସଦର ପୋଲିସ ଏହି ସଚେତନ ବାର୍ତ୍ତା ଦେଇଛି । ଏଥି ବ୍ୟତୀତ ଶିକ୍ଷା ଓ ନାରୀକୁ ସମ୍ମାନ ଭଳି ବିଭିନ୍ନ ନାରା ଦେଇ ରାମଚନ୍ଦ୍ରପୁର ମହିଳା ସଂଘଠନ ଏକ ରାଲିରେ ପ୍ଳେକାର୍ଡ ଧରି ସଂଗଠନର ସଦସ୍ୟା ମାନେ ସଚେତନ କରାଇଥିଲେ । ସଦରଥାନା ଏସଆଇ ଦିବାକର ବେହେରା,ମହିଳା ସଂଗଠନର ସଭାପତି ବିଷ୍ଣୁଦାସ ସମ୍ପାଦିକା ଜେ.ପୁଷ୍ପା ,ସମାଜ ସେବୀ ସଞ୍ଜୟ କୁମାର ମହାରଣା,ଇନ୍ଦ୍ରଦାସ,ପ୍ରକାଶ ଦାସ, ରାଜୁ ଦାସ, ଗଣେଶ ମହାରଣା, କାହ୍ନl ବେହେରା ଜିତୁ ସାହୁ,ଜି.ପୁଷ୍ପା,ବିଷ୍ନୁଦାସ, କାଳିଆ ଗୌଡଙ୍କ ସହ ବହୁ ସଚେତନ ମହିଳା ,ପୋଲିସ କମଚାରୀ ,ମହିଳା ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ADVERTISEMENT