ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍

12

ପୁରୁଷୋତ୍ତମପୁର,୧୭/୧୦ (ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଇଲାକାରେ ଦିନକୁ ଦିନ ଲୁଟ ହେବାର ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ଆଜି ପୂର୍ବହ୍ନ ୧୦.୩୦ଟା ରେ ଅନ୍ନପୂର୍ଣ୍ଣା ନାମକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଠାରୁ ଲୁଟ୍ ହୋଇଛି। ଘଟଣାଟି ଘଟିଛି ,ସ୍ଥାନୀୟ ଥାନା ଅନ୍ତର୍ଗତ ଶିକୁଳା -ବାଦାର୍ଖପୁର ଗ୍ରାମ୍ୟ ରାସ୍ତାରେ । ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର କର୍ମଚାରୀ କଳ୍ପନା ଆଗ୍ରାସି’ହ ଆଜି ଅରଖପୁର ,ବାବରାପୁର ଗ୍ରାମର ବିଭିନ୍ନ ମହିଳା ଗ୍ରୃପ ଠାରୁ ୬୭୫୪୮ଟଙ୍କା କଲେକସନ କରି ହୋଣ୍ଡା ଆକ୍ଟିଭା(OD33x4972) ଗାଡ଼ିରେ କୋଦଳା କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଶିକୁଳା-ବାଦାର୍ଖପୁର ଗ୍ରାମ୍ୟ ରାସ୍ତାରେ ଏକ କଳାରଙ୍ଗ ପଲସର ଗାଡିରେ ଦୁଇ ଜଣ ଅଜଣା ଦୁବୃତ୍ତ ଆସି ହୋଣ୍ଡା ଆକ୍ଟିଭାକୁ ଧକ୍କା ଦେଇଥିଲା । ଯାହା ଫଳରେ କି ମହିଳା କର୍ମଚାରୀ ଜଣଙ୍କତଳେ ପଡିଯାଇଥିଲେ । ଦୁବୃତ୍ତ ମାନେ ପିସ୍ତଲ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୬୭୫୪୮ଟଙ୍କା ଲୁଟକରି କୋଦଳା ରାସ୍ତାରେ ଦ୍ରୁତ ବେଗରେ ପଳାଇଯାଇଥିଲେ । କିନ୍ତୁ ଅନ୍ୟ ଏକ ବାଇକ ଆରୋହି ପ୍ରତିରୋଧ କରିବା ଫଳରେ ସେମାନଙ୍କୁ ମଧ୍ୟ ପିସ୍ତଲ ଦେଖାଇ ଫେରାର ହୋଇଯାଇଥିଲେ । ଏହା ନେଇ ପୁରୁଷୋତ୍ତମପୁର ଥାନାରେ କେସନମ୍ବର ୨୫୮/୧୯ ରେ ମାମଲା ରୁଜ୍ଜୁ କରାଯାଇଥିବା ତଦନ୍ତ ଅଧିକାରୀ ସୁନିଲ ପ୍ରଧାନ ସୂଚନା ଦେଇଛନ୍ତି ।

ADVERTISEMENT