ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ବିଭିନ୍ନ ସେବା ଶିବିର ଆୟୋଜିତ

15

ବ୍ରହ୍ମପୁର, ୧୭/୧୦ (ଏଜେନ୍ସି): ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାରେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ନିରାଡମ୍ବରେ ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି। ଲେଖକରୁ ରାଜନୀତିରେ ପ୍ରବେଶ କରି ବିଭିନ୍ନ ଲୋକାଭିମୁଖି ଯୋଜନା କାର୍ଯ୍ୟକାରୀ କରି ଓଡ଼ିଶା ତଥା ଭାରତବର୍ଷର ବିରଳ କୃତିତ୍ବ ଅର୍ଜନ କରି ବିଶ୍ଵ ଦରବାରରେ ପ୍ରଶଂସିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଆଜି ସକାଳୁ ସିଦ୍ଧ ବିନାୟକ ପୀଠରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା ଅର୍ଚ୍ଚନା କରାଯାଇଥିଲା । ବାଳଶ୍ରମରେ ପୋଷାକ ବିତରଣ ସହ ସେମାନଙ୍କୁ ଅନ୍ନ ଭୋଜନ ଆୟୋଜନ କରାଯାଇଥିଲା । ନଗର ବିଜୁ ଜନତା ଦଳ ତରଫରୁ ଅନ୍ତେବାସୀଙ୍କୁ ଭୋଜନ ଓ ପୋଷାକ ବିତରଣ କରାଯାଇଛି । ସେହିପରି ବ୍ରହ୍ମପୁର ଜୁବୁଲି ଟାଉନ୍ ହଲ ଠାରେ ଆୟୋଜିତ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁରର ପ୍ରିୟ ବିଧାୟକ ତଥା ଯୁବକ ମାନଙ୍କ ଆଦର୍ଶ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ ମାନ୍ୟବର ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ମାନ୍ୟବର ବ୍ରହ୍ମପୁର ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚାଊପଟନାୟକ, ସୁବାସ ମହାରଣା, ଅଲେଖ ଚୌଧୁରୀ, ମହିଳା ସଭାନେତ୍ରୀ ସଂଘମିତା ଦଳାଇଙ୍କ ସମେତ ବହୁ ନେତୃବୃନ୍ଦ ଯୋଗଦାନ କରିଥିଲେ । ସକାଳ 8ଘଣ୍ଟାରୁ ଆରମ୍ଭ ହୋଇଥିବା ଏହି ରକ୍ତ ଦାନ ଶିବିରରେ ସଂଧ୍ୟା ଛ ଘଣ୍ଟା ସୁଦ୍ଧା ପାଖାପାଖି ୬୧୬ୟୁନିଟ ରକ୍ତ ସଂଗ୍ରହ ହେବା ସହ ବହୁ ରକ୍ତ ଦାତା ରକ୍ତ ଦାନ କରିବା ସକାଶେ ଲାଇନ୍ ରେ ଛିଡା ହୋଇଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ଗୋପାଳପୁର ବିଧାୟକ, ସାଂସଦ ବ୍ରହ୍ମପୁର ଏବଂ ମାନ୍ୟବର ବ୍ରହ୍ମପୁର ବିଧାୟକଙ୍କ ସମେତ ନଗର ସଭାପତି ମୁକୁନ୍ଦ ଗୌଡ,ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଏନ ଧନଜଂୟ ରାଓ,ପୂର୍ବତନ କୋରପରେଟର ମୁରଲୀମୋହନ,ଦଣ୍ଡପାଣି ନାୟକ,ସଂଜିତ ପାଣିଗ୍ରାହୀ, ଲଳିତ ମୋହନ ମଙ୍ଗରାଜ, ଚନ୍ଦ୍ର ଶେଖର ଗୌଡ,ଅସିତ ସାବତ,ଅନିଲ ଚୌଧୁରୀ, ନଳିନୀ କାନ୍ଥ ଦେବଦର୍ଶୀ,ଅଜିତ ପଣ୍ଡା, ଜଗା ମିଶ୍ର,ତାପସ ସାହୁ, ପ୍ରଭାତ ସାହୁ,ସୁର୍ଯ୍ୟ ନାରାୟଣ ସୁବୁଦ୍ଧି, ଜ୍ୟୋତି ରଂଜନ ସାହୁ, ମଦନମୋହନ ଦଳାଇଙ୍କ ସମେତ ବହୁ କାର୍ଯ୍ୟକର୍ତା ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଯୁବ, ଛାତ୍ରଛାତ୍ରୀ ମହିଳା ରକ୍ତ ଦାନ କରି ଶିବିରକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

ADVERTISEMENT