ବୃଦ୍ଧାଙ୍କୁ ଆକ୍ରମଣ କରି ୩ଗିରଫ

3

କୁକୁଡାଖଣ୍ଡି,୧୭/୧୦ (ଇ.ରଞ୍ଜନ ): ସଦରଥାନା ଅନ୍ତଗତ ଝାଡାକୁଂଲି ଗ୍ରାମରେ ମଙ୍ଗଳବାର ରାତିରେ ହରିଜନ ସାହିରେ ଜଣେ ୭୦ ବଷିଆ ବୃଦ୍ଧ ଧନୀ ଦାସଙ୍କ ଘର ବାହାରେ ୩ ଜଣ ବ୍ୟକ୍ତି ତାସ ଖେଳୁଥିଲେ। ବୃଦ୍ଧ ଜଣଙ୍କ ଏହାର ପ୍ରତିବାଦ କରିଥିଲେ ସେଠାରେ ଖେଳିବାକୁ ବାରଣ କରିଥିଲେ । ୩ଯୁବକ ଓ ବୃଦ୍ଧଙ୍କ ମଧ୍ୟରେ ବଚସା ହୋବାପରେ ଯୁବକମାନେ ଧମକ ମଧ୍ୟ ଦେଇଥିଲେ ପରେ ବୃଦ୍ଧଙ୍କୁ ଯୁବକ ମାନେ ଆକ୍ରମଣ କରିଥିଲେ । ଏନେଇ ବୃଦ୍ଧା ଜଣଙ୍କ ସଦରଥାନାରେ ଅଭିଯୋଗ କରିବାପରେ ୨୭୬/୧୯ ରେ ଏକ ମାମଲା ରୁଜୁ କରିଥିଲେ ସଂପୃକ୍ତ ୩ଯୁବକ କାଳିଆ ଦାସ, ପ୍ରତାପ ଦାସ, ପତିତ ଦାସକୁ ଗିରଫ କରି କର୍ଟ ଚାଲାଣ କରାଯାଇଥିବା ସଦର ଥାନା ପକ୍ଷରୁ ଜଣାପଡିଛି ।

ADVERTISEMENT