ସାନଖେମୁଣ୍ଡିରେ ‘ମୋ ଗେଲ୍ହା ଝିଅ’ ପ୍ରହସନ ବିଧାୟକଙ୍କୁ ସମ୍ପୃକ୍ତି ନକରାଇବା ନେଇ ସିଡିପିଓଙ୍କୁ ଘେରିଲେ ସମର୍ଥକ

24

ସାନଖେମୁଣ୍ଡି, ୧୭/୧୦ (ପ୍ରଫୁଲ ସାବତ ) : ସମାଜର ପ୍ରଚଳିତ ଧାରାରେ କନ୍ୟା ସନ୍ତାନ ଜନ୍ମ ହାରକୁ ବୃଦ୍ଧି କରାଇବା ଉଦ୍ଦେଶ୍ୟ ନେଇ ସରକାର ବିବିଧ କାର୍ଯ୍ୟକ୍ରମର ଅବତାରଣା କରିଛନ୍ତି। ‘ମମତା’ ଯୋଜନାରେ ପ୍ରସବ କାଳୀନ ମୃତ୍ୟୁ , ଟୀକାକରଣ ଆଦିକୁ ନିୟନ୍ତ୍ରଣ କରିବା ନେଇ ଗର୍ଭବତୀଙ୍କୁ ପଞ୍ଜିକୃତ କରାଇବା ବାଧ୍ୟତାମୂଳକ ହୋଇଥିବା ସହିତ କନ୍ୟାଭ୍ରୁଣ ହତ୍ୟାକୁ କଡାକଡି ଭାବେ ନିଷେଧ କରାଯାଇଅଛି। ଅନ୍ୟ ପକ୍ଷରେ ସାମ୍ପ୍ରତିକ ସମାଜରେ ଘଟୁଥିବା ଅବଶୟ ମୁଖ୍ୟ କନ୍ୟା ଜନ୍ମହ୍ରାସକୁ ନିୟନ୍ତ୍ରଣ କରିବା, କନ୍ୟା ସନ୍ତାନ ଜନ୍ମଧିକାରୀଙ୍କୁ ପ୍ରୋତ୍ସାହିତ କରିବାକୁ ‘ମୋ ଗେଲ୍ହା ଝିଅ’ କାର୍ଯ୍ୟକ୍ରମର ରୂପରେଖ ବୋଲି କହିଛନ୍ତି। ପ୍ରଚଳିତ ଏହି ‘ମୋ ଗେଲ୍ହା ଝିଅ’ କାର୍ଯ୍ୟକ୍ରମ ଜିଲ୍ଲାପାଳ ଗଞ୍ଜାମଙ୍କ ଦ୍ଵାରା ପାଇଲଟ ପ୍ରୋଜେକ୍ଟ ଭାବେ ଜିଲ୍ଲାରେ ପ୍ରଚଳନ କରାଯାଉଥିବା ସହିତ ବ୍ଲକ ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଏହା ରୂପାୟିତ ହୋଇଅଛି। ପରନ୍ତୁ ସାନଖେମୁଣ୍ଡି ସିଡିପିଓ କିଛି କର୍ମଚାରୀଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ପ୍ରକଳ୍ପ ପରିସର ଅଂଚଳରେ ପ୍ରଭାବ ସୃଷ୍ଟି କରୁନଥିବା ଜଣାଯାଇଅଛି। ପ୍ରକଳ୍ପ ଦ୍ବାରା କରାଯାଇଥିବା ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପାଇଁ ବିନା ପ୍ରସ୍ତୁତିରେ କରାଯିବା, ବିନା ବୃଦ୍ଧିଜୀବୀ ଓ ସ୍ନମିଷ୍ଟ ବିଭାଗର ଅନୁପସ୍ଥିତି ସହିତ କାର୍ଯ୍ୟକ୍ରମରେ ସଂଶିଷ୍ଠତା ପାଇଁ ଥିବା ନିର୍ବାଚିତ ଜନପ୍ରତିନିଧିଙ୍କୁ ମଧ୍ୟ ଅବଗତ କରୁନଥିବା ଦେଖିବାକୁ ମିଳିଛି। ଏହି ଘଟଣା କ୍ରମରେ ସାନଖେମୁଣ୍ଡି ବିଧାୟକଙ୍କୁ ସିଡିପିଓ କାର୍ଯ୍ୟାଳୟ ଅବଗତ ନକରି ନିଜ ମନମାନୀରେ ” ମୋ ଗେଲ୍ହା ଝିଅ ” କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନକରିବା ନେଇ ଆଜି ସାନଖେମୁଣ୍ଡି ପ୍ରକଳ୍ପ ଅଧିକାରୀଙ୍କୁ ବିଧାୟକ ସମର୍ଥକ ଓ କର୍ମୀ ପ୍ରତିବାଦ କରିବା ସହିତ ଦୀର୍ଘ ସମୟ ଧରି ଘେରିଥିବା ଅଞ୍ଚଳରେ ଆଲୋଚ୍ୟ ବିଷୟ ହୋଇଅଛି। ସିଡିପିଓଙ୍କ ସହ ଆଲୋଚନା ଏବଂ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜିଲ୍ଲାପାଳ ଗଞ୍ଜାମ ଏହି ‘ ମୋ ଗେଲ୍ହା ଝିଅ’ କାର୍ଯ୍ୟକ୍ରମ ପାଇଁ ବ୍ଲକ ସ୍ତରରେ ବିଧାୟକଙ୍କ ଉପସ୍ଥିତ ଦୃଷ୍ଟି ରଖି ନିମନ୍ତ୍ରଣ କରାଇବା ଧାର୍ଯ୍ୟ କରିଥିଲେ ମଧ୍ୟ ଚଳିତ ମାସ ୩ ତାରିଖରୁ ନିର୍ଗତ ଆଦେଶ ପ୍ରକାରେ ପ୍ରକଳ୍ପ ଅଧିକାରୀ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ବିଭାଗୀୟ ଅବଗତ କରୁନାହାନ୍ତି। ପରନ୍ତୁ ଆଜି ବୁଧବାର ସକାଳେ ପଞ୍ଚାୟତ ସ୍ତରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ମଙ୍ଗଳବାର ରାତି ମେସେଜ କରିଥିବାକୁ ନେଇ ବିଧାୟକ ସମର୍ଥକ ଓ କଂଗ୍ରେସ କର୍ମୀ ଉତକ୍ଷିପ୍ତ ହେବା ସହିତ ସିଡିପିଓଙ୍କୁ ଘଟଣା ସମ୍ପର୍କରେ ତର୍କ କରିବା ସହିତ ପୁରୁଣା ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଘେରିଥିବା ଦୃଷ୍ଟିଗୋଚର ହୋଇଅଛି। ଆଲୋଚ୍ୟ ତଥ୍ୟ ଅନୁଯାୟୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତା, ପାଟପୁର ପୂର୍ବତନ ସମିତି ସଭ୍ୟ ମୁକୁଳ ଚନ୍ଦ୍ର ବରାଡ଼, ମହାନଳାର ଶ୍ରୀ ଲଷ୍ମୀନାରାୟଣ ପାତ୍ରଙ୍କ ସହିତ ବହୁ ସମର୍ଥକ ଓ କର୍ମୀ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅବମାନନାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହିତ ସିଡିପିଓଙ୍କ ପ୍ରକଳ୍ପ କାର୍ଯ୍ୟାଳୟ ମଧ୍ୟରେ କରାଯାଇଥିବା ଅବୈଧନିକ ଦେବା, ନିର୍ଦ୍ଧିଷ୍ଟ ବର୍ଗ ସୃଷ୍ଟି କରି କର୍ମୀଙ୍କୁ ସହାୟତା ଦେବା, କର୍ମୀଙ୍କ ଠାରୁ ପାଉଣା ନେଇ ସଚେତନତା କାର୍ଯ୍ୟକ୍ରମ କରାଇବା ସହିତ ନିଜକୁ ଅସୁସ୍ଥତା ଦର୍ଶାଇ ବହୁ ଦୁର୍ନୀତିରେ ଲିପ୍ତ ରହୁଥିବା ଆଦି ଅଭିଯୋଗ କରିଛନ୍ତି। ଅଭିଯୋଗର ପ୍ରତିକ୍ରିୟାରେ ସିଡିପିଓ ଶ୍ରୀମତୀ ସୁରେଖା ସୁନ୍ଦରୀ ମଲିକ ସେ କୌଣସି ଅନିୟମିତତା କରିନଥିବା ସହ ବିଧାୟକଙ୍କ ସହିତ କରାଯାଇଥିବା ଯୋଗାଯୋଗ ପାଇଁ ଜିଲା କତ୍ତୃପକ୍ଷଙ୍କ ଆଦେଶକୁ କାର୍ଯ୍ୟକାରୀ କରିଥିବା ନେଇ ସ୍ୱୀକୃତି ଦେଇଛନ୍ତି। ଗଣମାଧ୍ୟମ ଉପସ୍ଥିତ ଓ ସାଧାରଣ କର୍ମୀଙ୍କ ଗହଳିକୁ ଲକ୍ଷ ରଖି କିଛି ଅଘଟଣା ଘଟିବା ଦୃଷ୍ଟିରୁ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ପୋଲିସକୁ ଜଣାଇବା ସହିତ ପୋଲିସ ଉପସ୍ଥିତିକୁ ନେଇ ଆସନ୍ତା ଦିନରେ ପ୍ରକଳ୍ପ କାର୍ଯ୍ୟକଳାପକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ଉତ୍କୃଷ୍ଟା ସୃଷ୍ଟି କରିଛି ।

ADVERTISEMENT