ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର

4

ସାନଖେମୁଣ୍ଡି, ୧୭/୧୦(ପ୍ରଫୁଲ ସାବତ ) : ସାନଖେମୁଣ୍ରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବ୍ଲକ୍‌ ଅଧ୍ଯକ୍ଷା ସଙ୍ଗୀତା ବେହେରା ଅଧ୍ଯକ୍ଷତା କରିଥିଲେ । ବିଡିଓ ଗାୟତ୍ରୀ ଦତ୍ତନାୟକ ସଂଯୋଜନା କରିଥିଲେ। ବ୍ଳକ୍‌ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏହି ଶିବିରରେ ଯୋଗ ଦେଇଥିଲେ। ତହସିଲଦାର ଅମିତ କୁମାର ନାୟକ, ଅଗ୍ନିଶମ ଅଧିକାରୀ, ଗୋବିନ୍ଦ ପ୍ରଧାନ , ସଂସଦ ମୁଖ୍ୟ ବୃନ୍ଦବାନ ପଣ୍ଡା ଉପସ୍ଥିତ ଥିଲେ। ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଞ୍ଚାୟତ ପ୍ରତିନିଧଙ୍କ କର୍ତବ୍ୟ ନିଜ ଅଭିଜ୍ଞତାରୁ କହିଥିଲେ ବିଡିଓ । ଜନସଚେତନତାକୁ ଗୁରୁତ୍ଵ ଦେଇଥିଲେ ତହସିଲଦାର । ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ଵାଇଁ, ଗୋଲାପୀ ସେଠୀ, ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ, ପ୍ରତାପ ପ୍ରଧାନ, ମଙ୍ଗଳା ଗମାଙ୍ଗ, ବାବୁ ସୁବୁଦ୍ଧି, ସୁରେନ୍ଦ୍ର ବାରିକ, ପ୍ରଶାନ୍ତ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥୁଲେ। ଉପାଧ୍ଯକ୍ଷ ଗୋବିନ୍ଦ ସ୍ବାଇ, ସହଦେବା ପ୍ରଧାନ, ଅତିରିକ୍ତ ବିଡିଓ ଗୌରହରି ପାତ୍ର ପ୍ରମୁଖ ମଞ୍ଚାସୀନ ଥଲେ |

ADVERTISEMENT