ବିଦ୍ୟୁତ ବିଭାଗର ଖାମଖିଆଲ ନିତୀ ଅଳ୍ପକେ ବର୍ତ୍ତୀଲେ ବିସର୍ଜନ ଦଳ

4

ବ୍ରହ୍ମପୁର, ୧୭/୧୦ (ଇ.ରଞ୍ଜନ) : ବ୍ରହ୍ମପୁର ଆଗା ସାହି ସରକାରୀ ପ୍ରାଥମିକ ଚିକିତ୍ସାଳୟ ଥିବା ପାଠlଘlର ନିକଟରେ ମଙ୍ଗଳବାର ରାତ୍ର ସମୟରେ ବତୀଖୁଣ୍ଟରୁ ଏକ ତାର କଟିଯାଇ ଏକ ସାଇକେଲ ଉପରେ ପଡିଯାଇଥିଲା ଯାହା ଫ ରେ ସେହି ମାର୍ଗରେ ଦେଇ ମଙ୍ଗଳା ଉଷା ବିସର୍ଜନ କରିବା ନିମନ୍ତେ ଫୋଖୋରୀକୁ ଯିବା ସମୟରେ ସ୍ୱଳ୍ପକେ ବର୍ତ୍ତି ଯାଇଥିଲେ ପ୍ରାୟ 30ଜଣ ମହିଳା l ଅଞ୍ଚଳ ବାସି ଅଭିଯୋଗ ପରେ ପ୍ରାୟ କିଛି ସମୟ ପରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରିଥିଲା l ସେଠାରେ ଲୋକଙ୍କ ଅଭିଯୋଗ ଅନୁଯାୟୀ ବିଭାଗର ଏଥି ପ୍ରତି କୌଣସି ଦୃଷ୍ଟି ବହୁ ଦିନ ଧରି ପଡୁନଥିବା ହେତୁ ତାର ଗୁଡିକ ଅଚାନକ ବିଦ୍ୟୁତଖୁଣ୍ଟରୁ ପଡୁଛି l ଯାହା ଫଳରେ ଆଜି ଅଳ୍ପକେ ବଞ୍ଚି ରହିଲେ ମାଁ କୃପା ଯୋଗୁଁ ମଙ୍ଗଳା ଭକ୍ତ ସୁରକ୍ଷା ରହିଲା ବୋଲି ସେଠାରେ ଚର୍ଚ୍ଚା ଜୋରଧରିଲା l ଦୀର୍ଘ ସମୟ ପରେ ବିଭାଗ ଚେତା ପସିଲା ପରେ ଯାଇ ତା’ର ଅଦଳ ବଦଳ କରିଥିଲେ ବିଦ୍ୟୁତ ବିଭାଗ କର୍ମଚାରି l

ADVERTISEMENT