ନବୀନଙ୍କ ବଡ଼ ଘୋଷଣା : କନ୍ଧମାଳରେ ମେଡିକାଲ କଲେଜ

7

ବାଲିଗୁଡା, ୧୭/୧୦ (ଟିକି ଦଣ୍ଡିଆ): କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଘୋଷଣା କରିଥିବାରୁ ବାଲିଗୁଡା ବିଜେଡି କର୍ମୀଙ୍କ ଉତ୍ସାବ ପାଳନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଗତ କାଲି ଘୋଷଣା କରିଥିବାରୁ ବାଲିଗୁଡା ବିଜେଡି କର୍ମୀଙ୍କ ଆନନ୍ଦ ଓ ଉତ୍ସାହର ଲହରୀ ଦେଖିବାକୁ ମିଳିଥିଲା । ଆଜି ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ମୋଟର ସାଇକଲ ଶୋଭାଯାତ୍ରା କରାଯାଇଛି ଏହି ଶୋଭାଯାତ୍ରାରେ ବାଲିଗୁଡା ଏନଏସି ଉପାଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ନଗର ଉପସଭାପତି ସୁଜିତ ପାଳ, ବାଲିଗୁଡା ବ୍ଲକ ଉପସଭାପତି ବିଜେଶ୍ୱର ମଳିକ, ବାଲିଗୁଡା ଯୁବ କର୍ମୀ ରଞ୍ଜନ ନାୟକ, ଗଣେଶ, ସୋନୁ, କାଳିଆ, ବାପି, ଲିଟୁ ଓ ବରିଷ୍ଠ ନେତା ନୀଳାମ୍ବର ପାତ୍ର, ଅରୁଣ ପଣ୍ଡା, ରିପୁ, ରାଜେନ୍ଦ୍ର ଡିଗାଲ, ଶ୍ୟାମ ସୁନ୍ଦର ଦାଶ, ବାଲିଗୁଡା ହାଉସିଂ ବୋର୍ଡ ଅଧକ୍ଷ କୁମର ଦଣ୍ଡିଆ, ମୁନା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ମଧ୍ୟ୍ୟ ଧନ୍ୟବାଦ ଦେଇଥିଲେ ।

ADVERTISEMENT