ଜଗଦଳପୁର ଗ୍ରାମରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ

6

କୁକୁଡ଼ାଖଣ୍ଡି ,୧୭/୧୦ (ଇ.ରଞ୍ଜନ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଲପୁର ଗ୍ରାମରେ କୁକୁଡ଼ାଖଣ୍ଡି ତହସିଲ ପକ୍ଷରୁ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏଠାରେ ତହସିଲ୍ ର ଯାହାର ଯେଉଁ କାର୍ଯ୍ୟରେ ଅସୁବିଧା ହେଉଛି ଏଠାରେ ତତ୍କାଳୀନ ସୁବିଧା ଯୋଗାଇ ଦେଉଛନ୍ତି। ତହସିଲଦାର, ଆର ଆଇ ଓ ତହସିଲ୍ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଛନ୍ତି ଓ ତହସିଲ୍ ଙ୍କ ଏହି କାର୍ଯ୍ୟକ୍ରମ ଯୋଗୁଁ ଜନସାଧାରଣ ବହୁତ ଖୁସି ପ୍ରକାଶ କରିଛନ୍ତି । ଲୋଚପଡ଼ା ସମାଜସେବା ଶ୍ରୀ ସୁଶାନ୍ତ କୁମାର ସାହୁ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଯୋଗ ଦେଇଥିଲେ ।

ADVERTISEMENT