କନ୍ଧମାଳ ଜିଲ୍ଲାରେ କୃଷି ରପ୍ତାନୀ ନୀତି ଉପରେ ଜୈବ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ

15

ଫୁଲବାଣୀ, ୧୭/୧୦ (ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲାରେ କୃଷି ରପ୍ତାନୀ ନୀତି ଉପରେ ଜୈବ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାରେ କୃଷି ଚାଷ ଉପରେ ଆଦାୟ ହେଉଥିବା ଜୈବ ସାମଗ୍ରୀକୁ ସାରା ଭାରତ ବର୍ଷରେ ଏହାକୁ କିପରି ବ୍ୟବହାର ଓ ଯତ୍ନ କରିବେ ଏନେଇ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଏପିଆଇଡ଼ି ଆର କେ ମଣ୍ଡଳ, କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା, ଜିଲ୍ଲା ବହୁ ଚାଷୀ, କୃଷି ବିଭାଗରେ ଅଫିସର ଓ କର୍ମଚାରୀ ଉପସ୍ଥିତ ଥିଲେ ।

ADVERTISEMENT