ଆର ଉଦୟଗିରି ମାରଲବା ଘାଟିରେ ବସ୍ ଦୁର୍ଘଟଣା

16

ମୋହନା,୧୮/୧୦(ପ୍ରଭାତ ପାତ୍ର ) : ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ମାରଲବ ଘାଟିରେ ଆଜି ସକାଳ ପ୍ରାୟ ୫.୩୦ ମିନଟରେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଇସ୍ପାତ ନାମକ ବସ (ଓଡି ୦୫ଏଲ ୬୨୮ ୮ )ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ରେ ଥିବା ପ୍ରାୟ ୨୮ ଜଣ ଯାତ୍ରୀ ଦୁର୍ଘଟଣରେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଏଥିରେ ଡ୍ରାଇଭର ଓ ଜେ.ଆଇ.ଟି.ଏମ ଛାତ୍ର ଗୁରୁତର ଥିବା ହେତୁ ଉଭୟଙ୍କୁ ପାରଳାଖେମଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇ ନ ଥିବା ଜଣାପଡିଛି । ଘଟଣାସ୍ଥଳରେ ଖଜୁରୀପଦା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ADVERTISEMENT