୬୨ ନଂ ଜୋନରେ ବିଜେଡ଼ିର ସଭ୍ୟ ପଞ୍ଜିକରଣ ଓ ଜନ ସମ୍ପର୍କ ପଦଯାତ୍ରା

13

ସାନଖେମୁଣ୍ଡି,୧୮/୧୦(ପ୍ରଫୁଲ ସାବତ) : ରାଜ୍ୟ ଶାସକ ଦଳ ବିଜେଡ଼ିର ପବିତ୍ର ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ସଭ୍ୟ ପଞ୍ଜିକରଣ ଓ ଜନ୍ ସମ୍ପର୍କ ପଦଯାତ୍ରାର ଦ୍ଵିତୀୟ ଚରଣରେ ଗୁରୁବାର ଦିନ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ପରିଷଦ ୬୨ ନଂ ଜୋନରେ ଅନୁଷ୍ଠିତ ହୋଇଯାଇଅଛି l ବ୍ଲକ ବିଜେଡ଼ି ଅଧ୍ୟକ୍ଷ ଶ୍ରୀ ଧୋବା ସ୍ୱାଇଁଙ୍କ ସହ ବ୍ଲକ ଦଳୀୟ କାର୍ଯ୍ୟକର୍ତ୍ତା ପଞ୍ଚାୟତ ନିର୍ବାଚିତ ଦଳୀୟ ପ୍ରତିନିଧି ତୃଣମୂଳ ଦଳୀୟ କର୍ମୀଙ୍କ ଗ୍ରହଣରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ ଆଜିର କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା l ଅନୁଷ୍ଠିତ ଏହି ଜନ ସଂପର୍କ ପଦଯାତ୍ରାରେ ବାଇକ୍ ରାଲି କରିବା ସହ ପାଟପୁର , ରାଧାଦେଇପୁର, ଖଲିଙ୍ଗି, କଲରାପଦର,ଗୈlତମୀ, ପଞ୍ଚାୟତ ପରିକ୍ରମା କରିଥିଲେ । ଵିଭିନ୍ନ ନେତା ଅନୁଷ୍ଠିତ କାର୍ଯକ୍ରମରେ ଉଦଵୋଧନ ଦେଇଥିଲେ । ବ୍ଲକ ଯୁବ ଵିଜେଡି ସଭାପତି ସନ୍ତୋଷ କୁମାର ,ସଙ୍ଗଠକ ସହଦେଵ ପ୍ରଧାନ, ଜଗନାଥ ପାତ୍ର,T.ଵାଵୁ ସୁଵୁଦ୍ଧି ,ତୋଫାନ ସ୍ବlଈ ,ସଞ୍ଜୟ ରାଉତ ପ୍ରମୁଖ ଉପସ୍ଥିତ ରହିଵା ସହ ବ୍ଲକ ଉପାଧକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବlଈ ପଦଯାତ୍ରା ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।

ADVERTISEMENT