କୁକୁଡାଖଣ୍ଡି ତହସିଲ ମୋ ତହସିଲ କାର୍ଯ୍ୟକ୍ରମରେ ଆବ୍ୟବସ୍ଥା

7

କୁକୁଡାଖଣ୍ଡି,୧୮/୧୦(ଇ.ରଞ୍ଜନ ) : ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବାର ଘଣ୍ଟାଏ ପରେ ଲୋକଙ୍କୁ ସୂଚନା ଦିଆଗଲା l ଗୁରବାର ଜଗଦଳପୁର ଗ୍ରାମରେ ତହସିଲ ପ୍ରଶାସନ ପକ୍ଷରୁ ମୋଗାଁରେ ତହସିଲ କାଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l କାଯ୍ୟକ୍ରମ ଆରମ୍ଭରୁ ହିଁ ଦେଖାଦେଇଛି ସଂପୂଣ୍ନ ବ୍ୟତିକ୍ରମ । ଏଥିରୁ ଅନୁମାନ କରିହେବ କେତେ ପ୍ରତିଶତ ଅନିୟମିତତାରେ ସଂଶ୍ଳିଷ୍ଠ କୁକୁଡ଼ାଖଣ୍ଡି ତହସିଲ l ରାଜ୍ୟ ସରକାର 5T କୁ ଗୁରୁତ୍ୱ ଦେଇ ସରକାରଙ୍କ ସବୁ ଯୋଜନା ଲୋକଙ୍କ ନିକଟରେ ପହଂଚିବା ଏବଂ ସରକାରଙ୍କୁ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସଚିବ ମାନେ ଦିନରାତି ଏକ କରିଦେଇଥିବାବେଳେ ତାହା କେବଳ ସହରାଞ୍ଚଳରେ ସୀମିତ ରହୁଛି l କୁକୁଡାଖଣ୍ଡି ତହସିଲରେ ଘରବାରି ପଟା ହେଉ କିମ୍ବା ସାଧାରଣ ଜମି ପଟା ଖଣ୍ଡିଏ ପାଇବା ପାଇଁ ନିରୀହ ଲୋକଙ୍କୁ ବର୍ଷ ବର୍ଷ ଧରି ତହସିଲ ଏବଂ ଆର.ଆଇ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଚପଲ ସରିଯାଉଛି l କୁଆଡେ ବିନା ହାତଗୁଞ୍ଜାରେ କୋମ୍ପୁଟରରେ ନା ହେଲେ ଛଡାଯାଉନାହିଁ l

ଆଉ କିଛି ଲୋକଙ୍କ କାଗଜପତ୍ର ମଧ୍ୟ ହଜିଯାଉଛି l ସରକାର ସମୟକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବାବେଳେ କୁକୁଡାଖଣ୍ଡି ତହସିଲ କର୍ମଚାରୀଙ୍କ ସମୟ ଜ୍ଞାନ ରହୁନି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ ମୋ ତହସିଲ କାର୍ଯ୍ୟକ୍ରମ ହେବବୋଲି ପୂର୍ବରୁ କୌଣସି ପ୍ରକାର ସୂଚନା ଦିଆଯାଇନଥିଲା l ସକାଳ ୮.୩୦ମିନଟରେ ତହସିଲଦାର ସୁବାଶ ଚନ୍ଦ୍ର ରଇତ ଗ୍ରାମରେ ପହଞିବା ପରେ ଧାଣ୍ଡରା ମାଧ୍ୟମରେ ଲୋକଙ୍କୁ ଜଣାଯାଇଥିଲା। କିନ୍ତୁ ସବୁଠୁ ଆଶ୍ଚଯ୍ୟ ଲାଗୁଛି ସ୍ଥାନୀୟ ଆରଆଇ ଅନାଦି ବେହେରାଙ୍କୁ କିଛି ଲୋକେ ଆଗରୁ ସୂଚନା ଦିଆଯାଇନଥିବା ନେଇ ପ୍ରଶ୍ନ କରିବାରୁ ଦାୟିତ୍ବହୀନ ଭାବେ ମନ୍ତବ୍ୟ ଦେଇ କହିଛନ୍ତି ଆପଣ ତ ଜାଣିଲେ ଅନ୍ୟମାନେ ଜାଣିବା କିଛି ଦରକାର ନାହିଁ। ପୂବରୁ ତହସିଲ କାଯ୍ୟାଳୟକୁ ଗଲେ ଜନସାଧାରଣ କମଚାରୀଙ୍କୁ ଶୋଷଣର ଶିକାର ହେଉଥିବା ନଜିର ରହିଛି । ଆରଆଇଙ୍କ ଏହି ବେପାରୁଆ ମନ୍ତବ୍ୟ ଲାଗୁଛି ଯେମିତି ସରକାରଙ୍କ ଏହି ଯୋଜନା ସତରେ ସଫଳତା ପାଉନାହିଁ । ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଲୋକଙ୍କ ନିକଟରେ ନପହଞ୍ଚାଇବା ଏହା କେତେ ଦୂର ଗ୍ରହଣୀୟ ଏବଂ ଏଭଳି ଭାବେ କୁକୁଡାଖଣ୍ଡି ତହସିଲରେ ପଟା ପ୍ରସ୍ତୁତ ରେ ଅନିୟମିତତା ଚାଲିଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରୁ କହିଛନ୍ତି ଯେ ଘଟଣା ସମ୍ପର୍କରେ ପଚାରିବୁଝିବେ । ତହସିଲଦାରଙ୍କ କଥା ମାନୁନାହାନ୍ତି ତାଙ୍କ ତଳିଆ କମଚାରୀ ଏହାହିଁ ଆଜିର ଏହି କାଯ୍ୟକ୍ରମରୁ ସ୍ପଷ୍ଟ ବାରି ହୋଇ ପଡୁଛି । କାଯ୍ୟକ୍ରମରେ ହାତଗଣତି କିଛି ଲୋକେ ଉପସ୍ଥିତ ରହି ନିଜ ଅଭିଯୋଗ କରିଥିଲେ।

ADVERTISEMENT