ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

19

ନୂଆଦିଲ୍ଲୀ ,୧୮/୧୦(ଏଜେନ୍ସି) : ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଭାରତ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ପାକିସ୍ତାନୀ ବାୟୁସେନା ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ଅଟକାଇଥିଲା ବୋଲି ଜଣାପଡିଛି। ସ୍ପାଇସ୍‌ ଜେଟ୍‌ କମ୍ପାନୀର ଉକ୍ତ ବିମାନକୁ ପାକିସ୍ତାନର ୨ଟି ଏଫ୍‌-୧୬ ଯୁଦ୍ଧବିମାନ ଘେରିଯାଇଥିଲେ। ବିମାନକୁ ତଳକୁ ଖସାଇବା ଲାଗି ସେମାନେ ସ୍ପାଇସ୍‌ ଜେଟ୍‌ର ପାଇଲଟଙ୍କୁ କହିବା ସହ ଉଡାଣର ସବିଶେଷ ବିବରଣୀ ମାଗିଥିଲେ।ଏସ୍‌ଜି-୨୧ ବିମାନରେ ୧୨୦ ଯାତ୍ରୀ ଥିଲେ।

ADVERTISEMENT