ତିନି ପୁଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

7

ଭୁବନେଶ୍ୱର ,୧୮/୧୦( ଏଜେନ୍ସି) : ତିନି ପୁଲିସ କର୍ମଚାରୀଙ୍କୁ ଦୁର୍ନୀତି ଓ କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଶୁକ୍ରବାର ପୁଲିସ ଡିଜି ବିଜୟ କୁମାର ଶର୍ମା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସବ୍‌ଇନ୍ସପେକ୍ଟର ବନମାଳି ନାୟକ, ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ବୀରବର ଲେଙ୍କା ଓ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର କିଶୋର କୁମାର ବାଗ୍‌ଙ୍କୁ କାର୍ଯ୍ୟ ସମାପନ ସମୟରେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଅପବ୍ୟବହାରରେ ଲିପ୍ତ ଥିବା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଘୋଷଣା କରିଛନ୍ତି ପୁଲିସ ଡିଜି।

ADVERTISEMENT