ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

47

ଦିଗପହଣ୍ଡି,୧୮/୧୦(ପ୍ରଫୁଲ ସାବତ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଶିବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ପଡିଆ ପରିସର ମଧ୍ୟରେ ଗତକାଲି ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ‘ମୋ ଗାଁ ରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ରାଜସ୍ୱ ବିଭାଗ ପକ୍ଷରୁ ଦିଗପହଣ୍ଡି ତହସିଲ ପ୍ରଶାସନ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦ୍ଵୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୂଜ୍ଜୁର, ବିଡ଼ିଓ ହଳଧର ଶବର, ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ.ନିରଞ୍ଜନ ରେଡ୍ଡୀ, ସିଡିପିଓ ଯଶୋବନ୍ତି ସାହୁ, ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ୱାଇଁ, ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ସରପଂଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀ, ସମବାୟ ସମିତି ସଭାପତି ଅସିତ ସାହୁ, ଯୁବ ବିଜେଡି ନେତା ରାମକୃଷ୍ଣ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ରାଜସ୍ୱ ନିରୀକ୍ଷକ ରତ୍ନାକର ସ୍ୱାଇଁ ଓ ବନଜା ନାୟକ ଏହି କାର୍ଯ୍ୟକ୍ରମକୁ ମିଳିତ ସଂଯୋଜନା କରିଥିଲେ । ଏହି ଅବସରରେ ବାଚସ୍ପତି ଶ୍ରୀ ପାତ୍ର ଓ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ରାଜସ୍ୱ ସମ୍ବନ୍ଧୀୟ ମାମଲା ଗୁଡିକର ତଦନ୍ତ କରାଯାଇ ସମାଧାନ କରାଯିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଦିଗପହଣ୍ଡି ତହସିଲ ଅଧିନସ୍ଥ ଆୟ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ପଛୁଆ ବର୍ଗ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ଆବଶ୍ୟକୀୟ ଜାତି ସମ୍ବନ୍ଧୀୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏଥିସହ ଦିଗପହଣ୍ଡି ତହସିଲ ଅଧିନାତେ ଥିବା ଦେଖାଳି, ବଡ଼ ଡୁମ୍ବୁଳା ଓ ଜକର ରାଜସ୍ୱ ବିଭାଗ ସର୍କଲରେ ଥିବା ୬ ଗୋଟି ପଞ୍ଚାୟତରୁ ଓଡିଶା ଭୂ ସଂସ୍କାର ଆଇନ ଧାରା ୮ କ ଅନୁସାରେ ବିଭିନ୍ନ ବ୍ୟକ୍ତି ବିଶେଷ ରୟତସତ୍ତ୍ୱରୁ ଘରବାରି ପଟ୍ଟା ନିମନ୍ତେ ଆବଶ୍ୟକ ଖଜଣା ୧୦୧୮ ଟଙ୍କା ଦାଖଲ ଏବଂ ୧ଜଣ ହିତାଧିକାରୀଙ୍କୁ ଗ୍ରାମକଣ୍ଟ ସତ୍ତ ଘରବାରି ପଟ୍ଟା, ମ୍ୟୁଟେସନ ୭ଟି, ବସୁନ୍ଧରା ପଟ୍ଟା ୨୯ଟି, ପ୍ରମାଣପତ୍ର ୧୫ଟି, ମିସ କେସ ୨ଟି ଓ ଅନ୍ୟାନ୍ୟ ୧୧୫ଟି ପ୍ରଦାନ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ସୁପରଭାଇଜର ସତ୍ୟନାରାୟଣ ପାଣିଗ୍ରାହୀ, ବାବୁ ସେଠି ସମେତ ସମସ୍ତ ତହସିଲ କର୍ମଚାରୀ ତତସହିତ ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡ଼ତ୍ୟା, ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁ, ବିଭୁତି ଭୂଷଣ ମହାପାତ୍ର, ଚୈତନ୍ୟ ପ୍ରଧାନ, ଚିତ୍ରସେନ ଗୌଡ଼, ମହିଳା ସଭାନେତ୍ରୀ ଉମା ମାହେଶ୍ୱରୀ ସେଠି, କୁରି ସେଠି, ସରସ୍ୱତୀ ଗୌଡ଼, ମନୋଜ ସାହୁ, ରମେଶ ପାଢ଼ୀ ସମେତ ବିଜେଡି ଯୁବ ବାହିନୀ ସଦସ୍ୟ ରାଜକିଶୋର ମହାନ୍ତି, ବିକ୍ରମ ସିଂ, ଦେବରାଜ ପ୍ରଧାନ, ଜଗନ୍ନାଥ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ମହାବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିବା ଜଣାପଡିଛି ।

ADVERTISEMENT