ସଡକ ସୁରକ୍ଷା ଅଭିଯାନ

45

ବ୍ରହ୍ମପୁର,୧୮/୧୦(ସାହେବ ନାୟକ ) : ବ୍ରହ୍ମପୁରରେ ଆଜି ଶୁକ୍ରବାର ଦିନ ବିଜୁ ଯୁବ ବାହିନୀ ତରଫରୁ ୩୪ନମ୍ବର ୱାର୍ଡରୁ କମାପଲ୍ଲୀ ଛକ ଠାରେ ଏକ ସଡକ ସୁରକ୍ଷା ଅଭିଯାନ ରକ୍ଷକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ନିୟନ୍ତ୍ରଣ କରି ଯାତାୟତ କରିବା ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଇଥିଲେ । ନୁଆଁ ଏମ.ଭି ଆକ୍ଟର ପ୍ରଭାବ ଏବଂ ଏଥିରେ ଜନ ସାଧରଣଙ୍କ ସୁବିଧା ସମ୍ପର୍କରେ ଜନ ସଚେତନତା କରାଯାଇଥିଲା ।ଏହି ଅଭିଯାନରେ ବିଜୁ ଯୁବବାହିନୀର ସଦସ୍ୟ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ କେ.ସି.ପବ୍ଲିକ ସ୍କୁଲର ସମସ୍ତ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଅନ୍ୟ କର୍ମଚାରି ମାନଙ୍କୁ ଏହି କାର୍ଯ୍ୟକ୍ରମ ମହତ୍ୱ ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜେ. ଚନ୍ଦ୍ରଶେଖର(ମୁନ୍ସିପାଲ୍ଟି ଯୁବ ନେତା ),ହିମାନି ଦାସ (ପ୍ରୋଜେକ୍ଟ ଅଫିସର ),ମଧୁସୂଦନ ପାଢି (ୱାର୍ଡ କୋର୍ଡିନେଟର ),ମେରୀ ସିଲ୍ଲ ଜୋସେଫ ,ସରୋଜ ପତ୍ର,ଡ଼ଃ ସୋନାଲି, ନିଖିଳ,ଚିନ୍ତୁ,ବୀରେନ ପ୍ରଧାନ ,ସ୍ୱପ୍ନା ଦୋରା ,ପ୍ରମୁଖ ଯୋଗ ଦେଇଥିଲେ ।

ADVERTISEMENT