ସରଂପଚଙ୍କ ଚାପୁଡ଼ା ମାଡ଼ରେ ଯୋଗାଣ ସହାୟକ ଆହତ ଘଟଣା ଚପାଇ ଦେବାକୁ ଉଦ୍ୟମ

11

ହିଂଜିଳିକାଟୁ, ୧୮ା୧୦ (ଶେଷଦେବ ସାହୁ): ଓଡ଼ିଶା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେତେେଳେ ରାଜନେତାଙ୍କ ମାଡ଼ରେ ପ୍ରଶାସନିକ ଅଧିକାରୀ ମାନେ ଆହତ ହେଉଥିବା ବେଳେ କେତେବେଳ ପ୍ରଶାସନିକ ଅଧିକାରୀଙ୍କ ମାଡ଼ରେ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଆହତ ହେଉଥିବା ଦେଖିବାକୁ ମିଳିଛି । ସମାନ୍ୟ କଥାକୁ କେନ୍ଦ୍ର କରି ଜୈନିକ ସରଂପଚ, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ଚାପୁଡ଼ା ମାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ବ୍ଳକ ବୁରୁପୋଡ଼ା ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ବୁରୁପୋଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଯୋଗାଣ ସହାୟକ ରାମକୃଷ୍ଣ ପାଳ ଗତ ୨୦୧୬ ଠାରୁ କାର୍ଯ୍ୟ କରି ଆସୁଛନ୍ତି । ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ପଂଚାୟତ ପରିସରରେ ଖାଉଟି ହିତାଧିକାରୀଙ୍କ ଭିଡ଼ ଲାଗି ରହିଥିଲା । ଯୋଗାଣ ସହାୟକ ପାଳ କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ କୌଣସି କାରଣକୁ ନେଇ ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚ ଉମା ଶଙ୍କର ସାବତଙ୍କ ସହ କଥା କଟାକଟି ହୋଇଥିଲା । ଏହାକୁ କେନ୍ଦ୍ର କରି ସରଂପଚ ଉତ୍ୟକ୍ତ ହୋଇ ଗ୍ରାମର କିଛି ବ୍ୟକ୍ତିଙ୍କ ଉପସ୍ଥିତରେ ଯୋଗାଣ ସହାୟକଙ୍କୁ ଚାପୁଡ଼ା ଓ ମୁଥ ମାଡ଼ ମାରିଥିଲେ । ଏଥିେରେ ଯୋଗାଣ ସହାୟକ ଆହତ ହୋଇଥିଲେ । ଘଟଣା ନେଇ ପଂଚାୟତ ନିର୍ବାହୀ ଅଧିକାରୀ ଏସ. ଶଙ୍କର ରାଓଙ୍କୁ ଅବଗତ କରିଥିଲେ । ପରେ ଉଭୟ କର୍ମଚାରୀ ବ୍ଳକ ଯୋଗାଣ ଅଧିକାରୀ ଓ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ । ଘଟଣା ନେଇ ସପଂକ୍ତ ଗ୍ରାମ ସମେତ ନିକଟବର୍ତି ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣା ନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ଯୋଗାଣ ନିରୀକ୍ଷକ ପୁରୁଂଜୟ ସାହୁଙ୍କ ଯୋଗାଯୋଗ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ଅବଗତ ନଥିବା ନେଇ ସଫେଇ ଦେଇଛନ୍ତି । ବୁରୁପୋଡ଼ା ଗ୍ରାମ ପଂଚାୟତରେ କାର୍ଯ୍ୟରତ ପିଇଓ ରାଓ ଓ ଯୋଗାଣ ସହାୟକ ପାଳ ଶୁକ୍ରବାରର ଘଟଣା ନେଇ ହିଂଜିଳି ବ୍ଳକ ବିଡ଼ିଓ ଓ ଯୋଗାଣ ଅଧିକାରୀଙ୍କୁ ଫୋନ ଯୋଗେ ଅବଗତ କରିଥିବା କହୁଥିଲେ ମଧ୍ୟ ଉପରସ୍ଥ ଉଭୟ ଅଧିକାରୀ ଅବଗତ ନଥିବା କହିବା ଘଟଣା ଅଧିକାରୀ ଦ୍ୱୟଙ୍କ ଭୁମିକା ସନେ୍ଦହ ଘେରରେ ରହିଛି ।

ADVERTISEMENT