ଆମ୍ବଗଡ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

13

ବ୍ରହ୍ମପୁର,୧୮/୧୦(ପ୍ରଫୁଲ ସାବତ ) : ବ୍ରହ୍ମପୁରରେ ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ସ୍ବପ୍ନସାଗର ନାମକ ଏକ ଘରୋଇ ବସ୍ ସାମ୍ନାରେ ଯାଉଥିବା ଏକ ଅଟୋର ପଛପଟୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିବା ସହ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି l ମୃତକ ଜଣଙ୍କ ହେଲେ ରଞ୍ଜିତା ଦଳାଇ l ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ସୂଚନା ମୁତାବକ ଖଲିଙ୍ଗି ନିକଟସ୍ଥ ଗୁଣ ସାଗର ଗ୍ରାମର ଗୋଟିଏ ପରିବାରର ୮ ଜଣ ମନ୍ଦିରକୁ ଯାଉଥିବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଅଛି l ସଦର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ବସ୍ କୁ ଜବତ କରିଛି l ବିଧାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତି ସତ୍ତ୍ୱେ ଜନ ସାଧାରଣଙ୍କ ପ୍ରତି ଥିବା କର୍ତ୍ତବ୍ୟ ସୁଚାରରୂପେ ପାଳନ କରି ନିଜକୁ ଏକ ଉତ୍ତମ ସେବକ ଭାବେ ପ୍ରତିପାଦନ କରି ଚର୍ଚ୍ଚାର ବିଷୟ ପାଲଟିଛି l

ADVERTISEMENT