ବାଚସ୍ପତିଙ୍କ କରକମଳରେ ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ

14

କୁକୁଡ଼ାଖଣ୍ଡି,୧୮/୧୦(ଈ .ରଞ୍ଜନ) : ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦ୍ୱିତୀୟ ଥର ପାଇଁ କୁକୁଡ଼ାଖଣ୍ଡି ଗ୍ରସ୍ତରେ ଆସି ବିଭିନ୍ନ ଜନହିତ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶିଳାନ୍ୟlଶ କରିଥିଲେ । ଏଥିମଧ୍ୟରୁ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁରବେଧ ମହାବିଦ୍ୟାଳୟରେ ବିଷ୍ଣୁପ୍ରିୟା ଛାତ୍ରୀ ନିବାସ ଉଦ୍ଘାଟନରେ ଯୋଗ ଦେଇଥିଲେ ପରେ ବାଳକୃଷ୍ଣପୁର ଗ୍ରସ୍ତରେ ଯାଇ ସେଠାରେ ଏକ ଗାଡି ଚାଳନ ଉପରେ ସଚେତନ ରାଲିରେ ଭାଗ ନେଇଥିଲେ ଏବଂ କୁନି କୁନି ପିଲାଙ୍କ ନିମନ୍ତେ ୨ଟି ଅଙ୍ଗନବାଡ଼ି କେନ୍ଦ୍ର ଯାହା ୧୨ଲକ୍ଷ ଟଙ୍କାରେ ନିର୍ମିତ , ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ୮ଲକ୍ଷ ଟଙ୍କା ନିର୍ମିତ ଓ କମ୍ୟୁନିଟି ହଲଟି ୫ଲକ୍ଷ ଟଙ୍କା ,ଏବଂ ହରିଜନ ସାହି ମିଶନ ଶକ୍ତି କୋଠ ଘର ନିମନ୍ତେ ୩ଲକ୍ଷ ଟଙ୍କାର ନୂତନଗୃହ ଉଦ୍ଘାଟନ କରିଥିଲେ । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ଗୋଦାଧର ପାତ୍ର ଅଧକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ବ୍ଲକ ଉପlଦକ୍ଷl ଲକ୍ଷ୍ମୀପ୍ରିୟାସାହୁ ଗୋବିନ୍ଦ ଚନ୍ଦ୍ର ଗୌଡ଼, ରଘୁନାଥ ପାତ୍ର ସିଡ଼ିପିଓ ସଂଗୀତା ପାତ୍ର, ନିର୍ଭlହି ଯନ୍ତ୍ରୀ ସୁଜିତ କୁମାର ତହଲଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ADVERTISEMENT