କନ୍ଧମାଳ ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ଗୃହ ଉଦଘାଟନ

9

ଦାରିଙ୍ଗବାଡ଼ି:୧୯/୧୦(ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦାରିଙ୍ଗବାଡି ବ୍ଲକ ଗସ୍ତ କରିଥିଲେ ।ସେଠାରେ କିରିକୁଟି ଗ୍ରାମରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ ଉଦଘାଟନ କରିବା ପରେ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ଉପରେ କିଛି ବୁଝାଇବା ପରେ ପର୍ତମାହା ପଞ୍ଚାୟତ ଯାଇ ସେଠାରେ ବଜାର ଗୃହ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ୟତୀତ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୂବେନ୍ତି ପ୍ରଧାନ, ଦାରିଙ୍ଗବାଡି ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମନନ୍ଦ ରଥ, ସହକରି ଯନ୍ତ୍ରୀ ମନମୋହନ ସୁବୁଦ୍ଧି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୌଶିକ ସିଂ, ଭୁବନେଶ୍ୱର କିସ କଲେଜର ସୁରଜ ରାୟ, କେଡ଼ି ସୋରେନ, ମୁକେଶ କୁମାର ନାୟକ ଉପସ୍ଥିତ ଥିଲେ । ଏହା ପରେ ଗ୍ରୀନବାଡୀ ପଞ୍ଚାୟତ ତୋଗାପଙ୍ଗା ଠାରୁ ପଦଯାତ୍ରା କରାଯାଇ ପିଧେରୀ ପର୍ଯ୍ୟନ୍ତ ଯାଇଥିଲେ, ଏବଂ ଯୁବ କର୍ମୀଙ୍କୁ ଭେଟି କିଛି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ ।

ADVERTISEMENT