ଝାଡ଼ାଙ୍କୁଲିରେ ଜୁଆଆଡ୍ଡା ଚଢ଼ଉ,୫ ଗିରଫ

10

କୁକୁଡାଖଣ୍ଡି:୧୯/୧୦(ଇ.ରଞ୍ଜନ ) : ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲି ଗ୍ରାମର ସ୍କୁଲ ବାରଣ୍ଡାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ନିମଖଣ୍ଡୀ ଫାଣ୍ଡି ଅଧିକାରୀ ପେଟ୍ରୋଲିଂ କରୁଥିବା ସମୟରେ ଅଚାନକ ଚଢ଼ଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ହଜାର ୭୭୦ ଟଙ୍କା ଏବଂ ଏକ ତାସ କାଟା ଜବତ କରିଛି l ଗିରଫ ଜୁଆଡି ମାନେ ଝାଡାଙ୍କୁଲି ଗ୍ରାମର ଭିକାରୀ ସାହୁ(୨୨) ,ରବିନ୍ଦ୍ର ସାହୁ(୨୮),କୃଷ୍ଣ ସାହୁ(୨୫),ଅମର ସାହୁ(୨୮) ଓ ବାବୁରାମ ସାହୁ(୪୭) ଅଟନ୍ତି l ଏମାନଙ୍କ ବିରୋଧରେ ସଦର ଥାନାରେ କେସ ନଂ ୨୮୨/୧୯ ରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଶତପଥୀଙ୍କ ଠାରୁ ସୂଚନା ମିଳିଛି l

ADVERTISEMENT