ନୂତନ ସଡକ ସୁରକ୍ଷା ଆଇନ ସଚେତନ ଶିବିର ‘ରକ୍ଷକ’

41

କୁକୁଡାଖଣ୍ଡି:୧୯/୧୦(ଇ.ରଞ୍ଜନ ) : ବିଜୁ ଯୁବ ବାହିନୀ ଆକୁଂଶପୁର ପକ୍ଷରୁ ସଦରଥାନା ନିକଟରେ ଏକ ସଡକ ସୁରକ୍ଷା ଅଭିଯାନ ‘ରକ୍ଷକ’ ନାମେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଙ୍କୁଶପୁର ଗ୍ରସ୍ତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସି କିଛି ସମୟ ପାଇଁ ଯୋଗଦେଇଥିଲେ, ପରେ ଟ୍ରାଫିକ କଂଟ୍ରୋଲ କରି ଯାତାୟାତ କରୁଥିବା ଲୋକଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ଓ ନୂଆ M. V. Act ର ପ୍ରଭାବରେ ଜନ ସାଧାର ଙ୍କୁ ସୁବିଧା ସମ୍ପର୍କ ରେ ସଦରଥାନା ଅତିରିକ୍ତ ଥାନା ଅଧିକାରୀ ବିଶ୍ବନାଥ ଜାଲିଙ୍କ ଉପସ୍ଥିତିରେ ଜନ ସଚେତନ କରାଯାଇଥିଲା l ଏହି ଅଭିଯାନରେ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ମାଧ୍ୟମରେ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଯୁବ ବାହିନୀ ସଭାପତି ସଂଜୟ ସାହୁ,ରବିନ୍ଦ୍ର ନାଥ ସାହୁ,ସଦାନନ୍ଦ ସାହୁ,ରାଜି ସାହୁ,କାଳିଆ ସାହୁ,ମସିହାଖାଲିର ବିଜେଡି ନେତା ରବିନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇଥିଲେ l ସଡକ ସୁରକ୍ଷାର ନୂଆ ନିୟମ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ l

ADVERTISEMENT