ହନୁମାନ ମୁଦ୍ରା ଚୋରି ମାମଲାରେ ପୁଣି ଜଣେ ଗିରଫ

13

ବୋରିଗୁମ୍ମା ,୧୯/୧୦(ଏଜେନ୍ସି) : ବୋରିଗୁମ୍ମା ଥାନା ଅନ୍ତର୍ଗତ ବନ୍ଦୀଲିଗୁଡା ଗ୍ରାମରେ ହନୁମାନ ମୁଦ୍ରା (ପଇସା )ଗୁଜବ ନେଇ ଗତ ୦୯.୦୬.୨୦୧୯ ତାରିଖ ରାତି ଗୋଟିଏ ଚୋରି ହୋଇଥିଲା। ଏହି ମାମଲା ରେ ପୂର୍ବରୁ ତିନି ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଆଜି ବୋରିଗୁମ୍ମା ପୋଲିସ ପୁଣି ଜଣେ ଚୋର କୁ ଗିରଫ କରିଛି। ସେହି ଅଭିଯୁକ୍ତ ର ନାମ ଗୁଣ ମୁଦୁଲି ଓ ତାର ଘର ବନ୍ଦଲି ଗୁଡା ବୋଲି ପୋଲିସ କହିଛି। ଘଟଣା ଅନୁସାରେ ବନ୍ଦଲିଗୁଡା ଗ୍ରାମର ଘେନୂଆ ନାୟକ ଙ୍କ ଘରେ ହନୁମାନ ପଇସା ତଥା ତମ୍ବା କାସୁ ଅଛି ବୋଲି ମାଲକାନଗିରି ଜିଲ୍ଲାର ଲଳିତ ମାଡ଼କାମୀ ଓ ଉମରକୋଟ ଅଂଚଳ ରିତେଶ ନାମକ ବ୍ୟକ୍ତି ଦ୍ବୟ ଜାଣିବାକୁ ପାଇଥିଲେ। ସେମାନେ ସେହି ହନୁମାନ ପଇସା ହାତେଇବା ପାଇଁ ବନ୍ଦଲିଗୁଡା ଗ୍ରାମର ଲୋକଙ୍କ ସହାୟତା ନେଇଥିଲେ। ସେମାନେ କିଛି ଲୋକଙ୍କୁ ପ୍ରଥମେ ୫ ହଜାର ଟଙ୍କା ଦେଇଥିଲେ। ସେହି ଲୋକମାନେ ଘେନୂଆ ନାୟକ ଘରେ ପଶି ତାଙ୍କ ଠାକୁର ଘରେ ଶାବଳ ଓ କୋଦଳ ନେଇ ମାଟି ଖୋଳି ଥିଲେ। କିନ୍ତୁ ମାଟି ଖୋଳିବା ପରେ କୌଣସି ହନୁମାନ ପଇସା ନ ବାହାରିବାରୁ ଘେନୂଆ ନାୟକଙ୍କ ପରିବାର ଙ୍କୁ ମାଡ଼ ମାରିବା ସହ ଦୁଇ ହଜାର ଟଙ୍କା ନେଇ ଫେରାର ହୋଇଥିଲେ। ଘେନୂଆ ନାୟକ ଗତ ୧୨.୦୬.୨୦୧୯ ତାରିଖ ଦିନ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୂର୍ବରୁ ତିନି ଜଣ ଙ୍କୁ ଗିରଫ କରିଥିବା ବେଳେ ଆଜି ଜଣଙ୍କୁ ଗିରଫ କରିଛି। ଏବେ ବି ଚାରି ରୁ ପାଞ୍ଚ ଜଣ ଫେରାର ଥିବା ଥାନା ଆଇଆଇସି ଶ୍ରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ବୋରିଗୁମ୍ମା ଥାନା କେସ ନମ୍ବର ୮୮ / ୨୦୧୯ ଦଫା ୪୫୭,୩୯୫ ରୁଜୁ କରାଯାଇଛି ।

ADVERTISEMENT