ଦୋ’ ଛକିରେ କୁମ୍ଭକାର ପରିବାର : କମୁଛି ଚାହିଦା, ବୁଡ଼ୁଛି କୁଳବେଉସା

19

ହିଞ୍ଜିଳିକାଟୁ, ୧୯ା୧୦ (ଶେଷଦେବ ସାହୁ) : ସୃଷ୍ଟି ଆରମ୍ଭରୁ ମାଟି ଥିଲା, ଅଛି ଓ ସୃଷ୍ଟିର ବିନାଶ ପର୍ଯ୍ୟନ୍ତ ରହିବ । ସର୍ବସଂହା ମାଟି ମା’ ହିଁ ଆମକୁ ଦେଇଛି ସବୁକିଛି । ହେଲେ ମାଟିରୁ ତିଆରି ଅନେକ ସାମଗ୍ରୀକୁ ଏ ଆଧୁନିକ ମଣିଷ ସମାଜ ପ୍ରତ୍ୟାଖାନା କରି ଚାଲିଛି । ତେଣୁ ମାଟି ସହିତ ମାଟି ହୋଇ ଏହି ସାମଗ୍ରୀ ଯୋଗାଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଧଶାଗ୍ରସ୍ତ ଜୀବନ ଜିଇଁଛି । ଆଧୁନିକତା ହିଁ କାୟା ବିସ୍ତାର କରି ଏଭଳି ପୁରାତନ ପରମ୍ପରା ଗୁଡ଼ିକୁ ଧ୍ୱଂସ କରିଚାଲିଛି । ହେଲେ ଏ ସମାଜ ଏହାକୁ ଆଦରି ଚାଲିଛି, ଆଗାମୀ ଦିନରେ ଆଦରିବାକୁ ବି କୁଣ୍ଠାବୋଧ କରିବନାହିଁ, ଯାହାକି ପରିବେଶବିତ୍ ମହଲରୁ ଉଚ୍ଛ ମିଳିଛି । ତଥାପି କୌଳିକ ବୃତି ବଂଚାଇବାକୁ କୁମ୍ଭକାର ତା’ର ସଂଘର୍ଷ ଜାରୀ ରଖିଛି । ଧ୍ୱଂସ କରୁଛି ଆଧୁନିକତା

ADVERTISEMENT